ଦାନଗଦୀ ବ୍ଲକ୍ ଅନ୍ତର୍ଗତ ରାଛିପୁର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର, ୦୩/୧୧ (ସନ୍ତୋଷ ରଥଙ୍କ ଠାରୁ): ଦାନଗଦୀ ବ୍ଲକ୍ ଅନ୍ତର୍ଗତ ରାଛିପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ରାଛିପୁର ଗ୍ରାମର ଯୁଝୁପଦା ହାଇସ୍କୁଲ ସମ୍ମୁଖ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଯାଜପୁରରୋଡ୍ ପୋଲିସ୍ । ମୃତ ଯୁବକ ରାଛିପୁର ଗ୍ରାମର ଚୈତନ ଚରଣ ଜେନାଙ୍କ ପୁଅ ହେମନ୍ତ କୁମାର ଜେନା ଓରଫ୍ ଜୋକର୍ ବୋଲି ଜଣାପଡିଛି । କୌଣସି ପାରିବାରିକ କଳହକୁ କେନ୍ଦ୍ରକରି ହେମନ୍ତ ଗାଁ ପାଖ ଜଙ୍ଗଲରେ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯାଜପୁରରୋଡ୍ ପୋଲିସ୍ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ମୃତଦେହକୁ ପଠାଇଥିବା ଜଣାପଡିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close