ଯାଜପୁରରେ ରହିଥିବା ମନ୍ଦିର ଓ ମସଜିଦ୍ ଖୋଲିବା ନେଇ ଆଶା କରିଛନ୍ତି ଭକ୍ତ

ଯାଜପୁର, ୦୩/୧୧ (ସନ୍ତୋଷ ରଥଙ୍କ ଠାରୁ): ରାଜ୍ୟ ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲାପ୍ରଶାସନକୁ ଦାୟିତ୍ବ ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ କୁହାଯାଇଛି । ଏହାପରେ ଯାଜପୁର ଜିଲ୍ଲାରେ ରହିଥିବା ମନ୍ଦିର ଓ ମସଜିଦ୍ ଖୋଲିବା ନେଇ ଆଶା କରିଛନ୍ତି କେତେକ ଭକ୍ତ । କୋଭିଡ କଟକଣା ଯୋଗୁଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଛି । ଭକ୍ତ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଥିବା ବେଳେ ଭକ୍ତଙ୍କୁ ସେବା ଯୋଗାଇ ଦି ପଇସା ରୋଜଗାର କରୁଥିବା ଅଧିକାଂଶ ସେବାୟତ ଏବେ ଦୁଃଖ ଦୁର୍ଦ୍ଧଶାରେ ଦିନ କାଟୁଛନ୍ତି । ସେଥିପାଇଁ କଟକଣା ସହିତ ମନ୍ଦିର, ମସଜିଦ ଖୋଲିବା ପାଇଁ ଦାବୀ କରିଛନ୍ତି ବହୁ ଭକ୍ତ ଓ ସେବାୟତ । ଏ ନେଇ ଖୁବ ଶୀଘ୍ର ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରର ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ପରିଷଦର ସଭାପତି ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବା ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ସୂଚନା ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close