ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଇ ଏନ ଟି ୟୁ ସି ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ୦୩ ଦିନ ଧରି ଗଣଧାରଣା

ବ୍ୟାସନଗର, ୦୩/୧୧ : ରାଜ୍ୟ ସରକାର କରୋନା ମହାମାରୀ ପରିସ୍ଥିତି ରେ ସାଧାରଣ ଜନତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ବିଦ୍ୟୁତ ତାରିଫ ଛାଡ଼ ନକରି ୟୁନିଟ ପିଛା ୨୦ପଇସା ବୃଦ୍ଧି କରିବା, ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା କୁ ଘରୋଇକରଣ କଲାବେଳେ ଶ୍ରମିକ କର୍ମଚାରୀ ଙ୍କ ଚାକିରୀ ସ୍ଥାୟୀତ୍ୱ, ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତ୍ତା, ମଜୁରୀ, ବୋନସ ସମ୍ପର୍କ ରେ କୌଣସି ସର୍ତ୍ତ ନରଖିବା ଓ କୋଭିଡ -୧୯ରେ କାର‌୍ୟ୍ୟରତ ବିଦ୍ୟୁତ କର୍ମଚାରୀ ଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ଦାବିରେ ଓଡିଶା ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ନଭେମ୍ବର ୩, ୪ ଓ ୫ ତାରିଖ ପର‌୍ୟ୍ୟନ୍ତ ଚାଲୁରହିବ ! ଆଜି ରାଷ୍ଟୀୟ ମଜଦୁର କଂଗ୍ରେସ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ନୀଳାଚଳ ଇସ୍ପାତ ନିଗମକୁ ତୁରନ୍ତ ଚାଲୁ କରିବା, କର୍ମଚାରୀମାନଙ୍କ ଦରମା ପ୍ରଦାନ କରିବା, ମେସ୍କୋ କାରଖାନା କୁ ତୁରନ୍ତ ଚାଲୁ କରିବା, ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ୬ହଜାର ଟଙ୍କା ଦେବା, ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା ଓ କୃଷି ବିଲ ପ୍ରତ୍ୟାହାର ଦାବିରେ ଗଣଧାରଣା ଓ ପ୍ରତିବାଦ ସଭା ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଅଛି ! ଏଥିରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପହି, ଉପ ସଭାପତି ନିରଞ୍ଜନ ପରିଡା, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସମ୍ପାଦକ ପରମାନନ୍ଦ ସେଠୀ, ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ, ମେସ୍କୋ ଷ୍ଟିଲ ୱାର୍କରସ ୟୁନିଅନ ସଭାପତି ଗଣେଶ୍ୱର ନାୟକ, କାର‌୍ୟ୍ୟକାରୀ ସମ୍ପାଦକ ସେକ ସବୀର ହୋସେନ, ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ର ଆବାହକ ରଞ୍ଜନ କୁମାର ନାୟକ, ନୀଳାଚଳ ବାସଚ୍ୟୁତ କମିଟି ର ସମ୍ପାଦକ ବାବୁଲି ପୂର୍ତ୍ତି, କଳିଙ୍ଗନଗର ଶ୍ରମିକ ସଙ୍ଘ ର ସମ୍ପାଦକ ମହୀରାମ ପୂର୍ତ୍ତି, ସୁକିନ୍ଦା ରୋଡ ମିନେରାଲ ଲୋଡିଂ ଅନ ଲୋଡ଼ିଂ ଲେବର ୟୁନିଅନର ଉପ ସଭାପତି ଅଭିମନ୍ୟୁ ପାତ୍ର, ବ୍ୟାସନଗର ଉଠାଦୋକାନୀ ସଂଘର ସହ ସମ୍ପାଦକ ପ୍ରଦୀପ ବଳ, ସତ୍ୟପ୍ରକାଶ କୁଅଁର, ଲକ୍ଷ୍ମୀଧର ପାତ୍ର, ମୁନେଶ୍ୱର ପାତ୍ର, ଅଜୟ କୁମାର ବାରିକ, ସେକ ହାକିନ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଆଲୋକପାତ କରିଥିଲେ ! ଶେଷରେ ଓଡିଶାର ମହାମହିମ ରାଜ୍ୟପାଳଙ୍କ ମର୍ମରେ ଏକ ସ୍ମାରକ ପତ୍ର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଜରିଆରେ ଦିଆଯାଇଥିଲା !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close