ଯାଜପୁରରୋଡ-ଯୋକଡିଆ ରାସ୍ତାର ନେଳିବାରୀ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଯୁବକର ମୃତ୍ୟୁ

ଯାଜପୁର, ୧/୧୧ ( ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଜିଲ୍ଲା ଯାଜପୁରରୋଡ୍ ଥାନା ଅନ୍ତର୍ଗତ ନେଳିବାରୀ ନିକଟରେ ଆଜି ବଡି ଭୋରରୁ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡାହତା ଡାହିସାହିର ରାଇସନ୍ ବେହେରାଙ୍କ ପୁଅ ଗଣେଷ ବୋଲି ଜଣାପଡିଛି। ଯାଜପୁରରୋଡ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଯୁବକର ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଛି। ମୃତ ଯୁବକ ଗଣେଷ ଟ୍ରାକ୍ଟରର ଖଲାସୀ ବୋଲି ଜଣାପଡିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଟ୍ରାକ୍ଟରଟି ଖଣ୍ଡାହତା ଗ୍ରାମର ଅଚ୍ୟୁତ ସାହୁଙ୍କର ବୋଲି ଜଣାପଡିଛି। ଗାଡିଟି ଯୋକଡିଆ ନିକଟସ୍ଥ ଏକ ବାଲିଘାଟରୁ ବାଲି ନେଇ ଆସୁଥିବା ବେଳେ ନେଳିବାରୀ ନିକଟରେ ଭାରସାମ୍ୟ ହରାଇ ବନ୍ଧ ତଳକୁ ଖସିପଡିଥିବା ସୂଚନା ମିଳିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close