ଯାଜପୁର ଜିଲ୍ଲାର ପ୍ରସିଦ୍ଧ ତଥା ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ସୁକିନ୍ଦାର ଅଶୋକଝରର ମାହାତ୍ମ୍ୟ

 

ସୁକିନ୍ଦା, ୨୯/୧୦(ପ୍ରିୟରଂଜନ ବାନାର୍ଜୀଙ୍କ ଠାରୁ): ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଲେମ୍ବୋ ଗ୍ରାମ ପଂଚାୟତର ଅଶୋକଝର ଠାରେ ରହିଛି ଓଡ଼ିଶାର ସର୍ବପୁରାତନ ତଥା ପ୍ରାକୃତିକ ବୋଲି କୁହାଯାଉଥିବା ଏକ ପ୍ରାଚୀନ କାଳର ଗୁମ୍ଫା । ପାହାଡର ଶୀର୍ଷରେ ଏହା ଶୋଭା ପାଉଛି । ଏହାର ଆକର୍ଷଣ ବଢ଼ିବା ପରେ ରାଜାରାଜୁଡା ଅମଳରୁ ଏହାର ଉନ୍ନତିକରଣ ଓ ଯତ୍ନ ନିଆଯିବା ପରେ ଏହାର ମାହାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରାଚୀନ କାଳରେ ସୁକିନ୍ଦାକୁ କିଷ୍କିନ୍ଧ୍ୟା ବୋଲି କୁହାଯାଉଥିଲା ବୋଲି ବହୁ ବରିଷ୍ଠ କୁହନ୍ତି । ରାଜାଙ୍କ ଅମଳର ଏହି ଗୁମ୍ଫା ନିକଟକୁ ପହଚିଂବାକୁ ହେଲେ ପାଦରେ ୩.୫ କି.ମି ପାହଡ ଉପରକୁ ଚଢ଼ିବାକୁ ହେବ । ଗାଡି ମୋଟର ପାହାଡର ଏହି ଶୀର୍ଷ ଅଂଚଳକୁ ଯାଇପାରେ ନାହିଁ । ଗୁମ୍ଫାରେ ଜଣେ ସାଧୂ ଅନବରତ ରହୁଛନ୍ତି । ଏଠାରେ ବିଜୁଳି ନାହିଁ । ସାଧୂଙ୍କ ନିକଟକରେ ଜଣେ ଦିଜଣ ସହଯୋଗୀ ସାଧୂ ବି ରହିଥାନ୍ତି । ପାହାଡ ତଳ ଗ୍ରାମ ହେଉଛି ଅଶୋକଝର । ପାହାଡର ଶୀର୍ଷରୁ ଏକ ଝରଣା କୁଳୁକୁଳୁ ନାଦ କରି ତଳକୁ ବହିଯାଉଛି । ବର୍ଷ ତମାମ ଏହି ଝରଣାରେ ପାଣି ରହିଥାଏ । ଗ୍ରୀଷ୍ମ ଦିନେ ଏଠାରୁ ପାଣି ଶୁଖି ନ ଥାଏ । ସବୁବେଳେ ଏହି ଝରଣାରୁ ପାଣି ଝରୁଥିବାରୁ ଓ କେବେ ବି ଶୁଖୁ ନ ଥିବାରୁ ଏହାକୁ ‘ଅଶୋକାଝର’ କୁହାଯାଉଛି । ଝରଣା ତଳେ ରାଜ୍ୟ ସରକାରଙ୍କ ତରଫରୁ ଏକ ଡ୍ୟାମ ନିର୍ମାଣ କରାଯାଇ ଝରଣାର ପାଣିକୁ ବ୍ୟବହାର ଉପଯୋଗୀ କରାଯାଇଛି । ପାହାଡ ତଳେ ଏକ ଆଶ୍ରମ ରହିଛି । ଝରଣା, ପାହାଡ, ଜଂଗଲ ଭରା ଏହି ପ୍ରାକୃତିକ ଅଂଚଳର ମନୋରମ ଦୃର୍ଶ୍ୟ ପର୍ଯ୍ୟଟକଙ୍କୁ ବିଭୋର ଓ ଆକର୍ଷିତ କରେ । ଏହା ଏକ ଉତମ ପିକ୍‌ନିକ ସ୍ଥାନ ଭାବେ ଏବେ ପରିଚିତ ହେଉଛି । ସପ୍ତାହର ରବିବାର, ବୁଧବାର ଓ ଶୁକ୍ରବାର ୦୩ଟି ବାରରେ ବେଶି ଲୋକେ ଆମିଷ ଭୋଜନକୁ ପସନ୍ଦ କରୁଥିବାରୁ ଏହି ବାରଗୁଡିକରେ ଏଠାରେ ଭିଡ଼ ଜମେ । ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଓ ନୂଆବର୍ଷର ୨-୩ମାସ ପର୍ଯ୍ୟନ୍ତ ଏଠାକୁ ଏତେ ଲୋକେ ଭଣଭୋଜି କରିବାକୁ ଆସନ୍ତି ଯେ ଅନେକଙ୍କୁ ସ୍ଥାନ ମିଳେ ନାହିଁ । ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଏସବୁ ଏପର୍ଯ୍ୟନ୍ତ ଏକପ୍ରକାରର ଥପ୍ ହୋଇଯାଇଛି । ମାତ୍ର ଏଠାରେ ମା’ ଅଶୋକେଶ୍ୱରୀ, ମା’ ବନଦେବୀ, ମହାପ୍ରଭୁ ଶିବ, ଲକ୍ଷ୍ମୀନାରାୟଣ ଆଦି ଯଥାରୀତି ନୀତି ମତେ ପୂଜା ପାଉଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close