କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶ, ବିନୋଦ କୁମାର ଜେନା ଟପ୍ପର; ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ ପାସ

କେନ୍ଦ୍ରାପଡା, ୨୭/୧୦(ସନ୍ତୋଷ ରଥଙ୍କ ଠାରୁ): ସ୍ଥାନୀୟ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । କରୋନା କଟକଣା ମଧ୍ୟରେ ଫାଇନାଲ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଏଥର ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ସୂଚନା ଦେଇଛନ୍ତି । କଲେଜ ପକ୍ଷରୁ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଫାଇନାଲ ପରୀକ୍ଷାରେ କଲେଜ ଟପ୍ପର ହୋଇଛନ୍ତି ବିନୋଦ କୁମାର ଜେନା । ବିନୋଦ ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ର ଥିଲେ । ସେ ୯୧.୬ ପ୍ରତିଶତ ନମ୍ବର ରଖି କଲେଜ ଟପ୍ପର ହୋଇଥିବା ବେଳେ ବିଭାଗର ଟପ୍ପର ମଧ୍ୟ ହୋଇଛନ୍ତି । ସେହିପରି କଳାରେ ଶିକ୍ଷା ସମ୍ମାନର ଛାତ୍ରୀ ଅସୀମା ପାତ୍ର ଟପ୍ପର ହୋଇଛନ୍ତି । ସେ ୮୩.୬ ପ୍ରତିଶତ ନମ୍ବର ରଖି କଳାରେ ମହାବିଦ୍ୟାଳୟ ଟପ୍ପର ଓ ବିଭାଗ ଟପ୍ପର ହୋଇଛନ୍ତି । ବାଣିଜ୍ୟ ବିଭାଗର କଲେଜ ଟପ୍ପର ହୋଇଛନ୍ତି ସୁଧାଂଶୁ ଶେଖର ବରାଳ । ସୁଧାଂଶୁଙ୍କୁ ମୋଟ ନମ୍ବରର ୮୦.୮ ପ୍ରତିଶତ ନମ୍ବର ମିଳିଛି । ସେ ମଧ୍ୟ ତାଙ୍କ ବିଭାଗ ଟପ୍ପର ହୋଇଛନ୍ତି । ଏହି କଲେଜ ଟପ୍ପର ୩ ଛାତ୍ରଛାତ୍ରୀ ମାନଙ୍କୁ ଏକ ନିରାଡମ୍ବର ଉତ୍ସବରେ କଲେଜର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି ।
କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚଳିତ ବର୍ଷ କଳାରେ ୯୮ ପ୍ରତିଶତ, ବାଣିଜ୍ୟରେ ୯୭ ପ୍ରତିଶତ ଓ ବିଜ୍ଞାନରେ ୯୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । ମୋଟ ୭୯୧ ଜଣ ଛାତ୍ରଛାତ୍ରୀ +୩ ଶେଷ ବର୍ଷରେ ପାଠପଢୁଥିବା ବେଳେ ୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୬୮୨ ଜଣ ଛାତ୍ରଛାତ୍ରୀ ଫାଇନାଲ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୬୫ ଜଣ ଛାତ୍ର ଥିବା ବେଳେ ୩୧୭ ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ଉତ୍ତିର୍ଣ୍ଣ ଫଳାଫଳ ୯୬.୪ ହୋଇଥିବାରୁ ଅଧ୍ୟକ୍ଷ ଡକ୍ଟର ତ୍ରିପାଠୀ କଲେଜର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close