ଭୁବନ ବ୍ଲକ ଜୀରାଳର ଭିନ୍ନକ୍ଷମ ଯୁବକ ଚିତରଂଜନଙ୍କ ଦୁଃଖ ହଟିବ କେମିତି ?

ଢ଼େଙ୍କାନାଳ, ୨୬/୧୦(ସୈାଭାଗ୍ୟ ମୁଦୁଲିଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଜୀରାଳ ଗାଁର ଯୁବକ ଚିତରଂଜନ ବେହେରା (୪୦ ବର୍ଷ) ଜନ୍ମ୍ନରୁ ଭିନ୍ନକ୍ଷମ । ତାଙ୍କର ୯୦% ଶାରୀରିକ ଅକ୍ଷମତା ପ୍ରମାଣପତ୍ର ରହିଛି । ଭିନ୍ନକ୍ଷମ ଭତା ଓ ଚାଉଳ ପାଉଛନ୍ତି । ତାଙ୍କର ବାପା ଆରପାରିକି ଚାଲିଯାଇଛନ୍ତି । ବୁଢ଼ୀ ମା’ ତାଙ୍କର ଦେଖାଶୁଣା କରୁଛନ୍ତି । ଘର ଚଳିବା ପାଇଁ ବହୁ ଅସୁବିଧା । ମହରଗ ଦୁନିଆରେ କେମିତି ଚଳିବେ ସେଥିନେଇ ଚିତରଂଜନଙ୍କ ଭାରି ଚିନ୍ତା । ବୁଢ଼ୀ ମା’ ଅଛନ୍ତି ବୋଲି ଯେନତେନ ଚଳିଯାଉଛନ୍ତି । ତାଙ୍କୁ ଟେକାଉଠା କରିବା ବହୁ କଷ୍ଟକର । ମାଆଙ୍କ ପରେ ସେ କ’ଣ କରିବେ ସେଥିଲାଗି ସନ୍ଦିହାନ ହୋଇପଡୁଛନ୍ତି ଚିତରଂଜନ । ଆବଶ୍ୟକୀୟ ସରକାରୀ ସହାୟତା ତାଙ୍କୁ ଯୋଗାଇ ଦେବାକୁ ବହୁ ଗ୍ରାମବାସୀ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close