ବ୍ୟାସନଗର ‘କପିଳେଶ୍ୱର କଲୋନୀ’ରେ ଅନୁଷ୍ଠିତ ହେଉଛି ସାର୍ବଜନୀନ ମା’ଦୁର୍ଗାଙ୍କ ପୂଜା

ବ୍ୟାସନଗର, ୨୬/୧୦(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ଶିଳ୍ପ ସମୃଦ୍ଧ କ୍ରୋମନଗରୀ ତଥା ବ୍ୟାସନଗର ପୈାର ପରିଷଦ ଅଂଚଳରେ ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ୦୬ଟି ସ୍ଥାନରେ ମେଢ଼ ପୂଜା ପାଉଥିବା ବେଳେ ୦୨ଟି ମନ୍ଦିରରେ ଅନୁଷ୍ଠିତ ହେଉଛି ସାର୍ବଜନୀନ ମା’ ଦୁର୍ଗାଙ୍କ ପୂଜା । ଡୋଲିପୁର ସବରେଜେଷ୍ଟ୍ରି ଅଫିସ ପଛପାଖ ‘କପିଳେଶ୍ୱର କଲୋନୀ’ରେ କୋଭିଡ଼ ନିୟମାନୁଯାୟୀ ଆୟୋଜିତ ହୋଇଛି ମା’ଙ୍କ ପୂଜା । କମିଟିର କର୍ମକର୍ତାମାନେ ବିନା ଦର୍ଶକରେ ବା କାଁ ଭାଁ ଦର୍ଶକରେ ୫ମ ବାର୍ଷିକ ପୂଜାକୁ ସଂଚାଳନ କରୁଛନ୍ତି । ସାମାଜିକ ଦୂରତ୍ୱ ରଖି ଓ ମାସ୍କ ପରିଧାନ କରି ପୂଜା ଅନୁଷ୍ଠିତ ହେଉଛି । କରୋନା କଟକଣା ପାଇଁ ଏହି ପେଣ୍ଡାଲରେ ଚଳିତ ବର୍ଷ ଭକ୍ତଙ୍କ ସମାଗମ ସିନା ଏଠାରେ ନାହିଁ କି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉନି କିନ୍ତୁ ଯଥା ବିଧି ମତେ ଏଠି ଅନୁଷ୍ଠିତ ହେଉଛି ପୂଜା । ଆୟୋଜକ ପୂଜା କମିଟି ଚଳିତ ବର୍ଷ ପୂଜା କରିପାରି ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close