ଆଜି ସମାପ୍ତ ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା

ଯାଜପୁର, ୨୪/୧୦ (ସନ୍ତୋଷ ରଥଙ୍କ ଠାରୁ): ଆଜି ସମାପ୍ତ ହେଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା । ଆଜି ବିରଜା ଦେବୀଙ୍କ ମହାନବମି । ଅପରାହ୍ନରେ ମା ବିରଜାଙ୍କ ବିଜେ ପ୍ରତିମା ସିଂହଧ୍ବଜ ରଥରେ ମନ୍ଦିର ବେଢା ଚତୁରପାର୍ଶ୍ୱ ପରିକ୍ରମା କରିଥିଲେ । ଆଜି ରାତିରେ ମାଙ୍କ ବିଜେ ପ୍ରତିମା ରଥରୁ ଓହ୍ଲାଇ ମହିଷାସୁର ନିଧନ ଲାଗି ଲାଖବିନ୍ଧା ପଡିଆ ଅଭିମୁଖେ ଯାତ୍ରା କରିବେ । ସେଠାରୁ ନିଶାର୍ଦ୍ଧ ରାତିରେ ଚର୍ତୁ ପାର୍ଶ୍ବକୁ ଲାଖ ବିନ୍ଧିବା ପରେ ମନ୍ଦିର ପ୍ରତ୍ୟାବର୍ତନ କରିବେ । ସ୍ବତନ୍ତ୍ର ପୁଜାର୍ଚନା ପରେ ମା ସିହାଂସନ ଆରୋହଣ କରିବେ । ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । କୋଭିଡ-୧୯ କଟକଣା ଭିତରେ ରଥଯାତ୍ରା ହେଉଥିବାରୁ ଆଜି ଲାଖବିନ୍ଧା ଯାତ୍ରାର ଶେଷ ପର‌୍ୟ୍ୟନ୍ତ ମନ୍ଦିର ଚାରିପାଖ ଏବଂ ଲାଖବିନ୍ଧା ପଡିଆ ଏବଂ ସଂଯୋଗ କରୁଥିବା ରାସ୍ତାରେ ୧୪୪ଧାରା ବଳବତ୍ତର ରହିବ । ଆଜି ମା’ ବିରଜା ମାହେଶ୍ବରି ବେଶରେ ପୁଜା ପାଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close