ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ସତ୍ୟବ୍ରତଙ୍କ ପଦଯାତ୍ରା ଏବେ ଢ଼େଙ୍କାନାଳରେ

ଢ଼େଙ୍କାନାଳ, ୨୪/୧୦(ସୈାଭାଗ୍ୟ ମୁଦୁଲିଙ୍କ ଠାରୁ): ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବୀରେ ଜଗତ୍‌ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ଯୁବ ସମାଜସେବୀ ସତ୍ୟବ୍ରତ ଦାସ ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଅଂଚଳକୁ ପଦ ଯାତ୍ରା କରିବା ସହ ବି.ଡି.ଓଙ୍କ ଜରିଆରେ ତାଙ୍କର ଦାବୀ ଜଣାଇଆସୁଛନ୍ତି । ସତ୍ୟବ୍ରତ ଏବେ ରାଜ୍ୟର ବହୁ ଜିଲ୍ଲାର ବିଭିନ୍ନ ବ୍ଲକରେ ତାଙ୍କର ଦାବୀପତ୍ର ପ୍ରଦାନ କରିସାରିଲେଣି । ସେ ଏବେ ଢ଼େଙ୍କାନାଳ ଜିଲ୍ଲାରେ ପହଚିଂଛନ୍ତି । ଏହା ପରେ ସେ ଏହି ଜିଲ୍ଲା ଦେଇ କଟକ ଜିଲ୍ଲାକୁ ପଦଯାତ୍ରାରେ ଯିବୋ ବୋଲି ଆଜି ସେ ‘ଉଦୟବଟ’କୁ କହିଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କ ଦାବୀକୁ ବହୁ ନେତାଙ୍କ ସମେତ ବୁଦ୍ଧିଜୀବୀ, ସମାଜସେବୀ ଓ ବିଭିନ୍ନ ସଂଗଠନ ଆଦିମାନେ ସମର୍ଥନ କରି ତାଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଉଛି । ଆଶାକରାଯାଏ, କେନ୍ଦ୍ର ସରକାର ଓଡ଼ିଶାର ଏହି ୪.୫କୋଟି ଓଡ଼ିଆଙ୍କ ସ୍ୱାଭିମାନ ସମ୍ବଳିତ ଦାବୀକୁ ଅବିଳମ୍ବେ ମାନିନେଇ ଆମ ରାଜ୍ୟକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close