ଯାଜପୁରରୋଡର ଯୋଡାବରରେ ଭାଇର ଆକ୍ରମଣରେ ଭାଇ ଗୁରୁତର

ଯାଜପୁର ରୋଡ, ୨୪/୧ ୦(ସନ୍ତୋଷ ରଥଙ୍କ ଠାରୁ): ସ୍ଥାନୀୟ ଯାଜପୁରରୋଡ ଆଦର୍ଶ ଥାନା ଅର୍ନ୍ତଗତ ଯୋଡାବର ଗାଁରେ ଆଜି ରାତ୍ର ପ୍ରାୟ ୯ଟାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇର ଆକ୍ରମଣରେ ଭାଇ ଗୁରୁତର ହୋଇଥିବାର ଜଣାଯାଇଛି । ସୂଚନା ମୁତାବକ, କୋରାଇ ଥାନା ଅନ୍ତର୍ଗତ ଚିଲିପଦା ଗାଁର ଜଣେ ଅଟୋ ଚାଳକ କାହ୍ନୁ ଚରଣ ମଲିକଙ୍କୁ ତାଙ୍କ ସମ୍ପର୍କୀୟ ଦୁଇ ଭାଇ ଯାଜପୁରରୋଡ ଆଦର୍ଶ ଥାନାର ଯୋଡାବର ଅଞ୍ଚଳର ବିଚିତ୍ର ମଲିକ ଓ ପବିତ୍ର ମଲିକ ମାରାଣାସ୍ତ୍ରରେ ବେକକୁ ହାଣିଦେଇଥିବା ଜଣାପଡିଛି । କାହ୍ନୁକୁ ତୁରନ୍ତ ଯାଜପୁରରୋଡ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯାଜପୁରରୋଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ କାହ୍ନୁଙ୍କ ମାଇଁ ଲୋଚନ ମଳିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଖବର ପାଇ ଯାଜପୁରରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କାହ୍ନୁର ମା’ଙ୍କ କହିବା କଥା କୌଣସି କାରଣ ନ ଥାଇ ପୁଅକୁ ଆକ୍ରମଣ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରି ପୁଅକୁ ନ୍ୟାୟ ଦିଅନ୍ତୁ ବୋଲି କାହ୍ନୁର ମାଆ ଆପତ୍ତି ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close