ବ୍ୟାସନଗର ୦୬ଟି ସ୍ଥାନରେ ଓ ୦୨ଟି ମନ୍ଦିରରେ ଅନୁଷ୍ଠିତ ହେଉଛି ଜଗଦ୍‌ଜନନୀ ମା’ଦୁର୍ଗାଙ୍କ ପୂଜା

ବ୍ୟାସନଗର, ୨୪/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ପୈାର ପରିଷଦ ଅଂଚଳରେ ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ୦୬ଟି ସ୍ଥାନରେ ସାର୍ବଜନୀନ ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସ୍ଥାନୀୟ ଫେରୋକ୍ରୋମ ପ୍ଲାଂଟ କଲୋନି ମଧ୍ୟରେ ଥିବା ମା’ଦୁର୍ଗାଙ୍କ ମନ୍ଦିର ଓ କହ୍ନେଇପୁର ଦୁର୍ଗାଙ୍କ ମନ୍ଦିରରେ ମଧ୍ୟ ପୂଜା ଯଥା ବିଧି ମତେ ହେଉଛି । ସହରର ରାଇସମିଲ ପରିସର, ଗୋପବଂନ୍ଧୁ ଛକ (ଷ୍ଟେସନ ବଜାର), କୋପଣ୍ଡ (ମୁଣ୍ଡମାଳ), ଚୋରଦାର କଂଟିଗଡ଼ିଆ, ନହକା, ଡୋଲିପୁର ସବରେଜେଷ୍ଟ୍ରି ଅଫିସ ପଛପାଖ ‘କପିଳେଶ୍ୱର କଲୋନୀ’ ଆଦି ୦୬ଟି ସ୍ଥାନରେ ମଧ୍ୟ ନିୟମାନୁଯାୟୀ ମେଢ଼ ତିଆରି ହୋଇ ଆୟୋଜିତ ହୋଇଛି ମା’ଙ୍କ ପୂଜା । କମିଟିର କର୍ମକର୍ତାମାନେ ବିନା ଦର୍ଶକରେ ବା କାଁ ଭାଁ ଦର୍ଶକରେ ପୂଜାକୁ ସଂଚାଳନ କରୁଛନ୍ତି । ଚଳିତ ବର୍ଷ ସହରରେ କୋଭିଡ-୧୯ ନିୟାମାନୁଯାୟୀ ସାମାଜିକ ଦୂରତ୍ୱ ରଖି ଓ ମାସ୍କ ପରିଧାନ କରି ପୂଜା ଅନୁଷ୍ଠିତ ହେଉଛି ମା’ର୍ଙ୍କ ପୂଜା । କରୋନା କଟକଣା ପାଇଁ ଏହି ପେଣ୍ଡାଲରେ ଚଳିତ ବର୍ଷ ଭକ୍ତଙ୍କ ସମାଗମ ସିନା ଏଠାରେ ନାହିଁ କି ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଆଦି ହେଉନି କିନ୍ତୁ ଯଥା ବିଧି ମତେ ଅନୁଷ୍ଠିତ ହେଉଛି ପୂଜା । ଏଥିରେ ଆୟୋଜକମାନଙ୍କ ମନ କଷ୍ଟ ହୋଇନି, ବରଂ ମା’ଙ୍କ ପୂଜା ଚଳିତ ବର୍ଷ କରିପାରି ଥିବାରୁ ଖୁସି ବ୍ୟକ୍ତ କରୁଛନ୍ତି ବିଭିନ୍ନ ପୂଜା କମିଟିର କର୍ମକର୍ତା ଓ ସଦସ୍ୟମାନେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close