ଯାଜପୁରରେ ପୋଲିସ ଶହୀଦ ସ୍ମତି ଦିବସ ପାଳିତ

ଯାଜପୁର, ୨୧/୧୦ (ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଜିଲ୍ଲାର ପାଣିକୋଇଲିରେ ଆଜି ୬୧ତମ ପୋଲିସ ଶହୀଦ ସ୍ମତି ଦିବସ ପାଳନ ହେ।ଇଯାଇଛି । ଜିଲ୍ଲାର ପାଣିକୋଇଲି ଠାରେ ଥିବା ପୋଲିସ କାର୍ଯ୍ୟ।ଳୟରେ ୬୧ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ ହେ।ଇଯାଇଛି । ଏହି ଅବସରରେ ଶହୀଦ ବୀର ପୋଲିସ ଓ ଶହୀଦ କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଶହୀଦ ସ୍ମାରକୀରେ ପୁଷ୍ପଗୁଚ୍ଛ ଦେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଓ ଜିଲା ଆରକ୍ଷୀ ଅଧିକାରୀ ଚରଣ ସିଂହ ମୀନା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦେଶ ଓ ରାଜ୍ୟର ସେବା ପାଇଁ ସେମାନଙ୍କ ମହାନ ତ୍ୟାଗ ଓ ବଳିଦାନ ସର୍ବଦା ଅମର ରହିବ ବୋଲି ମତବ୍ୟକ୍ତ କରିଥିଲେ ।
          ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକଙ୍କ ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇ ନିଜ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close