ବିନା ଡ଼ାକ୍ତରରେ ଚାଲିଛି ଯାଜପୁର ରୋଡ଼ କର୍ମଚାରୀ ରାଜ୍ୟବୀମା ଚିକିତ୍ସାଳୟ (E S I C)

ଯାଜପୁର ; ୧୯/୧୦ : କର୍ମଚାରୀ ରାଜ୍ୟବୀମା ନିଗମ ସାଧାରଣ ଜନସମାଜକୁ ତାର ଚିକିତ୍ସା ସେବା ଯୋଗାଇ ଆସୁଥିବା ସ୍ଥଳେ କିଛି କିଛି ଅବ୍ୟବସ୍ଥା ପାଇଁ ଜନମାନସରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଅବ୍ୟବସ୍ଥା ବ୍ୟାସନଗର ଯାଜପୁରରୋଡ଼ରେ ଥିବା କର୍ମଚାରୀ ରାଜ୍ୟ ବୀମା ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲାରେ ଫେରୋକ୍ରୋମ ସ୍ଥିତ ଚିକିତ୍ସାଳୟ ପୂର୍ବରୁ ବହୁ ଚର୍ଚ୍ଚିତ ଥିବା ସ୍ଥଳେ ଏବେ ସାମାନ୍ୟ ଅବ୍ୟବସ୍ଥାକୁ ନେଇ (ଇ ଏସ ଆଇ ସି ) ରୁ ଉପକୃତ ହେଉଥିବା ଲୋକମାନଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ଥିବା ଚିକିତ୍ସାଳୟରେ ଦୀର୍ଘ ଦିନଧରି ଡାକ୍ତରଙ୍କ ଅନୁପସ୍ଥିତି ଦେଖାଦେଇଥିବା ଲୋକଲୋଚନକୁ ଆସିଛି । ଏହି ଚିକିତ୍ସାଳୟ ଉପରେ ବହୁ କାର୍ଡ଼ଧାରୀ ନିର୍ଭର କରୁଥିବା ସ୍ଥଳେ ଡାକ୍ତରଙ୍କ ଅନୁପସ୍ଥିତି ଦୀର୍ଘଦିନ ଧରି ରହୁଥିବା ଯୋଗୁଁ ରୋଗୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାର ପ୍ରକାଶ ପାଇଛି । ସପ୍ତାହରେ ପାଞ୍ଚ ଦିନ ଖୋଲା  ରହୁଥିବା ସ୍ଥଳେ ବେଳେବେଳେ ସପ୍ତାହରେ ଗୋଟିଏ ଦିନ ଡାକ୍ତରଙ୍କ ଉପସ୍ଥିତି କିଛି ଦିନଧରି ଚାଲୁ ରହୁଥିଲା କିନ୍ତୁ ବହୁ ସଂଖ୍ୟକ କାର୍ଡ଼ଧାରୀଙ୍କ ସ୍ଥଳେ ସମସ୍ତ ପ୍ରକାର ସେବା ନ ପାଇ ପାରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ଉପଯୁକ୍ତ ସେବା ନ ପାଇ ପାରିବା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ESICର କାର୍ଡ଼ ରହିମଧ୍ୟ ଉପଯୁକ୍ତ ସେବା ନ ପାଇ ପାରିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହା ସହିତ ବହୁ ଗର୍ଭବତୀ ମହିଳା ମଧ୍ୟ ଉଚିତ ସେବା  ପାଇପାରୁ ନଥିବାର  ନଜରକୁ ଆସିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close