ଚଳିତ ବର୍ଷ ମୋ’ ଉପକାରୀ ବଗିଚା ମାଧ୍ୟମରେ ଯାଜପୁରର ୧୫ ହଜାର ହିତାଧିକାରୀ ଉପକୃତ ହେବେ

ଯାଜପୁର, ୧୪ା୧୦: ପ୍ରତ୍ୟେକ ପରିବାର ସକାଳୁ ଉଠିଲେ ଚିନ୍ତା କରନ୍ତି ପରିବା ପାଇଁ । ବିଶେଷକରି ଗୃହିଣୀର ହାଣ୍ଡିଶାଳ ଚିନ୍ତା ତ ଏଣେ ଗୃହସ୍ଥର ବଜାର ଚିନ୍ତା । ତେବେ ସରକାର ଚଳିତ ବର୍ଷ ଠାରୁ ଏକ ଅଭିନବ ଯୋଜନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ସହଯୋଗର ହସ୍ତ ସଂପ୍ରସାରିତ କରିଚ୍ଥନ୍ତି । “ମୋ’ ଉପକାରୀ ବଗିଚା” ନାମରେ କିଚେନ ଗାର୍ଡନ ବା ରୋଷେଇ ଘର ବଗିଚା ମାଧ୍ୟମରେ ପରିବାରର ପରିବା ଚିନ୍ତାକୁ ଦୂର କରାଯାଇପାରୁଚ୍ଥି । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ’ ଉପକାରୀ ବଗିଚାର ଧାର୍ଯ୍ୟଲକ୍ଷ୍ୟ ଆସିଚ୍ଥି । ଧାର୍ଯ୍ୟଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ଟିକୁ ମଂଜୁରୀ ମିଳିଚ୍ଥି । ପ୍ରଥମ ପର୍ଯ୍ୟାୟରେ ୧୪୫୦ଟି ମୋ’ ବଗିଚାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସେଥିମଧ୍ୟରୁ ୧୧୧୦ଟିର ପୂର୍ଣ୍ଣାଙ୍ଗ ହୋଇଚ୍ଥି । ଗୋଟିଏ ଗୋଟିଏ ମୋ’ ବଗିଚା ପ୍ରକଳ୍ପର ମୂଲ୍ୟ ୧୩୭୩୨ଟଙ୍କା ରହିଚ୍ଥି । ସେଥିରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୧୩୪୮୨ ଟଙ୍କା ଏବଂ ଓଡିଶା ଜୀବିକା ମିଶନର ୨୫୦ ଟଙ୍କା ଅନ୍ତର୍ଭୁକ୍ତ । ମଂଜୁର ହୋଇଥିବା ୧୪୬୨୭ ପ୍ରକଳ୍ପ ମଧ୍ୟରେ ବଡଚଣା ବ୍ଳ୍‌କର ୧୪୮୨ ଜଣ, ବରୀର ୮୯୮ ଜଣ, ବିଂଝାରପୁରର ୧୨୮୬ ଜଣ, ଦାନଗଦୀର ୧୬୧୭ ଜଣ, ଦଶରଥପୁରର ୨୬୦୮ ଜଣ, ଧର୍ମଶାଳାର ୩୧୨୮ ଜଣ, ଯାଜପୁରର ୧୧୨୭ ଜଣ, କୋରେଇର ୧୬୬ ଜଣ, ରସୁଲପୁରର ୬୦୦ ଜଣ ଓ ସୁକିନ୍ଦାରେ ୨୪୩୯ ଜଣ ହିତାଧିକାରୀ ରହିଚ୍ଥନ୍ତି ବୋଲି ଏମ୍‌.ଜି.ଏନ୍‌.ଆର.ଜି.ଏସ୍‌ର ସଂଯୋଜକ ଚିନ୍ମୟ ସିଂ ସୂଚନା ଦେଇଚ୍ଥନ୍ତି । ୦୩ ଡିସିମିଲ ବା ୧୨୦୦ ବର୍ଗ ପୁଂଟ ଅଂଚଳ ମଧ୍ୟରେ ଏହି ବଗିଚା ପ୍ରସ୍ତୁତିର ଲକ୍ଷ୍ୟ ରଖାଯାଇଚ୍ଥି । କ୍ଷେତ୍ର ପ୍ରସ୍ତୁତି ପଂସଲର ସୁରକ୍ଷା ପାଇଁ ବାଡ ବ୍ୟବସ୍ଥା ସହ ସ୍ଥାୟୀ ପରିବା ଭାବେ କଦଳୀ, ଅମୃତଭଣ୍ଡା, ସଜନା ଓ ଲେମ୍ୱୁ ଗଚ୍ଥ ଲଗାରେ ଏହା ବ୍ୟୟ ହେବ । ତେବେ ଏହି ଗଚ୍ଥଗୁଡିକ ବଗିଚାର ଚାରିକଡେ ଏପରି ଲଗାଯିବ ଯେପରି ତାହା ଅନ୍ୟ ପଂସଲକୁ କ୍ଷତି ପହଂଚାଇବ ନାହିଁ । ଅପରନ୍ତୁ ଶାଗ, ଭେଣ୍ଡି, କାକୁଡି ଇତ୍ୟାଦି ହିତାଧିକାରୀ ତାଙ୍କ ନିଜସ୍ୱ ଚାହିଦା ମୁତାବକ ସେଗୁଡିକୁ ଲଗେଇ ଉତ୍ପାଦନ କରିପାରିବ । ଦୈନିକ ଅନ୍ୟୁନ ଏକ କି.ଗ୍ରା ପରିବା ସଂଗ୍ରହର ଲକ୍ଷ୍ୟ ରଖାଯାଇଚ୍ଥି । ଏହା ଏକ ସୁନ୍ଦର ଯୋଜନା । ଏହା ମାଧ୍ୟମରେ ସଂପୃକ୍ତ ପରିବାରର ପରିବା ସମସ୍ୟା ଦୂର ହେବା ସହ ପୁଷ୍ଟିକର ତଟକା ପରିବା ମଧ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଆଶାବ୍ୟକ୍ତ କରିଚ୍ଥନ୍ତି । ଏ ସଂପର୍କରେ ବିଶେଷଜ୍ଞମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା । ପ୍ରତି ବ୍ଳ୍‌କ ଓ ପଂଚାୟତ ସ୍ତରରେ ଜି.ଆର.ଏସ୍‌, ମାଷ୍ଟର ବୁକ୍ କିପର ବା ଏମ୍‌.ବି.କେଙ୍କୁ ପ୍ରଶିକ୍ଷିତ କରାଯାଇଚ୍ଥି । ସେମାନେ ସଂପୃକ୍ତ ହିତାଧିକାରୀମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଯୋଜନାକୁ ସପଂଳ କରିବାକୁ ଉଦ୍ୟମରତ ବୋଲି ଜିଲ୍ଲା ଡି.ଆର.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଚ୍ଥନ୍ତି । ଜିଲ୍ଲାର ୧୦ଟି ବ୍ଲକର ସମସ୍ତ ବି.ଡି.ଓ, ପଂଚାୟତ ନିର୍ବାହୀ ଅଧିକାରୀ, ଜି.ଆର୍‌.ଏସ୍‌ମାନେ ଏହାକୁ ତଦାରଖ କରୁଚ୍ଥନ୍ତି ଓ ନିଜେ ହିତାଧିକାରୀ ମଧ୍ୟ ଆଗ୍ରହୀ ଥିବାରୁ ଏହାର ସପଂଳତା ଉତ୍ସାହଜନକ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିଚ୍ଥନ୍ତି

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close