ଯାଜପୁର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘଘର ବ୍ଲକ ସ୍ତରୀୟ ଅଧିବେଶନ ଅନୁଷ୍ଠିତ

ବ୍ୟାସନଗର, ୧୧/୧୦: ଯାଜପୁର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ମିଳିତ ସହଯୋଗରେ ନୂତନ କ୍ଲକସ୍ତରୀୟ କମିଟି ଗଠନ କାର୍ଯ୍ୟ ଜିଲ୍ଲା ସଭାପତି ଅଶୋକ କୁମାର ବରାଳଙ୍କ ସଭାପତିତ୍ୱରେ ସଂପାଦିତ ହେଉଅଛି । କୋରେଇ, ଦାନଗଦି, ସୁକିନ୍ଦା ୦୩ଟି ବ୍ଲକ ଓ ବ୍ୟାସନଗର ପୈାରାଂଚଳ ସ୍ତରୀୟ ଅଧିବେଶନ ପାଣିକୋଇଲି ନିକଟସ୍ଥ ସୋତି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ବରାଳଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଥିଲା । ମହାସଂଘର ନୀତି ନିୟମକୁ ସମସ୍ତେ ଅନୁପାଳନ କରିବା ସହ ପିଟିଆଇମାନଙ୍କୁ ସଂଘ ସହଯୋଗ କରିବାକୁ ମତପ୍ରକାଶ ପାଇଥିଲା । ଜିଲ୍ଲା ସଂପାଦକ ରଣଜିତ୍ କୁମାର ମଲ୍ଲିକ(କ୍ରୀଡ଼ା), କୋଷାଧ୍ୟକ୍ଷ ରଂଗାଧର ଜେନା(କଳା), ଅଧ୍ୟକ୍ଷ ରବିନାରାୟଣ ଦଳାଇ, କମିଟି ସଭ୍ୟା ମିନତୀ ସ୍ୱାଇଁ, କୋରକମିଟି ସଭ୍ୟା ମନସ୍ୱିନୀ ସାହୁ, ଉପ-କୋଷାଧ୍ୟକ୍ଷ, ସୈାମେନ୍ଦ୍ର ବୋଇତାଇ, ମନସ୍ୱନୀ ନାୟକ, ପୁପୁନ ମଲ୍ଲିକ, ଆଶିଷ ରଂଜନ ମଲ୍ଲିକ, ବିକାଶ କୁମାର ସାହୁ ପ୍ରମୁଖ ସଂଘକୁ ଦୃଢ଼ୀକରଣ କରିବା, ବ୍ୟବସ୍ଥାକୁ ସ୍ୱଚ୍ଛତାର ସହ ଓ ସୁଚାରୂରୂପେ ମାନିଚଳିବାକୁ ପରାମର୍ଶ ଦେଇଥିଲେ । କଳା ଓ କ୍ରୀଡ଼ା ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ସରକାରଙ୍କ ଠାରୁ ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ସମସ୍ତେ ଏ୍ୟୌକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ସେମାନେ ମତ ଦେଇଥିଲେ । ରାଜ୍ୟ କଳା ଶିକ୍ଷକ ସଂଘର ସଂଯୋଜକ ପ୍ରିତମ୍ ପଦ୍ମଲୋଚନ ମହାସଂଘର ମାର୍ଗଦର୍ଶିକା ଉପରେ ଆଲୋକପାତ କରିବା ସହ ସ୍ୱଚ୍ଛ ଓ ଏ୍ୟୌକ୍ୟ ମନୋଭାବ ନେଇ କାର୍ଯ୍ୟକରିବା ପାଇଁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ନୂତନ ନିୟମାବଳୀ ପାଠ କରିଥିଲେ ।
ଏହି ଅବସରରେ ନୁତନ ବ୍ଲକ ସ୍ତରୀୟ କର୍ମକର୍ତା ନିର୍ବାଚିତ ହୋଇଥିଲା । ସଭାପତି ଭାବେ ଦେବଶ୍ରୀ ଆଶିଷ ରଂଜନ ମଲ୍ଲିକ(କଳା), ଉପସଭାପତି ଭାବେ ନିରୂପମା ଜେନା ଓ ମିତା ପଟ୍ଟନାୟକ, ସଂପାଦକ ଭାବେ ବିଦ୍ୟୁତ୍‌ଲତା ମହାନ୍ତି, ସହ-ସଂପାଦକ ଭାବେ ସସ୍ମିତା ମହାପାତ୍ର, ସୁରେନ୍ଦ୍ର ବେହେରା, କୋଷାଧ୍ୟକ୍ଷ ପୁପୁନ ମଲ୍ଲିକ, ଯୁଗ୍ମ କୋଷାଧ୍ୟକ୍ଷ ବିକାଶ କୁମାର ସାହୁ ଓ ବିଦ୍ୟୁତ୍‌ପ୍ରଭା ଦାସ, କୋର କମିଟିର ସଦସ୍ୟ ଭାବେ ପଙ୍କଜ କୁମାର ସାହୁ, ପ୍ରଫୁଲ୍ଲ ରାଉତ, ଶୋଭା ନାୟକ, ସ୍ମିତାଞ୍ଜଳି ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖଙ୍କୁ ନିଆଯାଇଥିବା ବେଳେ କାର୍ଯ୍ୟକାରୀ କମିଟିରେ ଜୟରାମ ମାଝୀ, ରାମ ପ୍ରକାଶ, ବିଶ୍ୱ ପ୍ରକାଶ, ଋତୁ ପରିଡ଼ା, ଚନ୍ଦ୍ରକାନ୍ତ ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଏଥିସହ ମିଳିତ ବ୍ଲକସ୍ତରୀୟ ମହାସଂଘର ମୁଖ୍ୟ ଉପଦେଷ୍ଟା ଭାବେ ଶ୍ରମିକ ନେତା, ବରିଷ୍ଠ ସାମ୍ବାଦିକ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close