ପୁଅ ଝିଅଙ୍କ ମଧ୍ୟରେ ଥିବା ଭେଦଭାବ ଦୂର ହେବା ଆବଶ୍ୟକ: ଆନ୍ତଃର୍ଜାତୀୟ କନ୍ୟା ଦିବସ ପାଳନ ଅବସରରେ ଯାଜପୁର ଜିଲାପାଳଙ୍କ ମତ

ଯାଜପୁର, ୧୧ା୧୦: ପୁଅ ଝିଅ ମଧ୍ୟରେ କୈାଣସି ଫରକ ନାହିଁ । ବରଂ ଝିଅମାନେ ନିଷ୍ଠା, ଦକ୍ଷତା ଓ ପରିଶ୍ରମରେ ମଧ୍ୟ ପୁଅମାନଙ୍କ ଠାରୁ ବେଶ ଆଗରେ । ତେଣୁ ଝିଅମାନଙ୍କୁ ପ୍ରତ୍ୟେକ ପରିବାର ପ୍ରୋତ୍ସାହିତ କରିବାକୁ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ମତବ୍ୟକ୍ତ କରିଛନ୍ତି । ରବିବାର ପୁର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆନ୍ତଃର୍ଜାତିକ କନ୍ୟା ଦିବସ ପାଳିତ ହୋଇଥିଲା । ଜିଲା ପ୍ରଶାସନ, ଶିଶୁ ସୁରକ୍ଷା ୟୁନିଟ୍ ଓ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏହା ପାଳିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲାପାଳ ଶ୍ରୀ ରାଠୋର ଉଲ୍ଲେଖନୀୟ ଅବଦାନ ପାଇଁ ତଥା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସାଧନ କରିଥିବା କନ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ସେମାନେ ପିତାମାନଙ୍କ ପରିବର୍ତେ ମାତାମାନଙ୍କୁ ସାଥିରେ ନେଇ ଆସିଥିଲେ ତେବେ ତାହା ଅଧିକ ଗୈାରବମୟ ହୋଇଥାନ୍ତା । ସମାଜରୁ ପୁଅ ଝିଅଙ୍କ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବାକୁ ପଢ଼ିବ । ଏଥିପାଇଁ ପ୍ରତ୍ୟେକଙ୍କ ଉଦ୍ୟମ ଆବଶ୍ୟକ ବୋଲି ସେ କହିବା ସହ ପ୍ରତ୍ୟେକ ପିଲା ତାଙ୍କର ପ୍ରତିଭାର ବିକାଶ ପାଇଁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଯୋଗ ଦେଇ ସମାଜରେ କନ୍ୟା ସନ୍ତାର ସୂରକ୍ଷା ଶିକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଉଅଛି । ଜିଲାରେ ଅନେକ ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାମାନଙ୍କୁ ଉଦ୍ଧାର ଓ ଥଇଥାନ କରାଯାଉଛି । ତେବେ ପଂଚାୟତ ସ୍ତରରୁ ସଚେତନ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉଛି ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ଜାତୀୟସ୍ତରର ଫୁଟବଲ ଖେଳାଳୀ ଲକ୍ଷ୍ମୀ ମୁଣ୍ଡା, ୨୦୨୦ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୬.୫୦ପ୍ରତିଶତ ନମ୍ବର ରଖିଥିବା ମୁଦ୍ରାକ୍ଷୀ ପଣ୍ଡା, ଯୁକ୍ତ ୦୨ କଳାରେ ସର୍ବାଧିକ ନମ୍ବର ରଖିଥିବା ସମ୍ଭାବନା ସାହୁ, ସିବିଏସ୍‌ଇରେ ୯୭.୮୦ ପ୍ରତିଶତ ନମ୍ବର ରଖିଥିବା ସ୍ଥିତପ୍ରଜ୍ଞା ଭୂୟାଁ, ୧୦ମ ଶେଣୀ ଆଇସିଏସ୍‌ଇରେ ଶତକଡ଼ା ୯୮ ପ୍ରତିଶତ ନମ୍ବର ରଖିଥିବା ଆସ୍ଥା ସାହୁ, ସିବିଏସ୍‌ଇ ଯୁକ୍ତ ୨ ବିଜ୍ଞାରେ ୯୪.୮୦ ପ୍ରତିଶତ ନମ୍ବର ରଖିଥିବା ଐଶ୍ୱର୍ଯ୍ୟା ପଣ୍ଡା, ମାଟ୍ରିକରେ ଉଲ୍ଲେଖନୀୟ ନମ୍ବର ପାଇଁ ବିନି ରାଉତ ଓ ବର୍ଷା ପ୍ରିୟଦର୍ଶନୀଙ୍କୁ ଏବଂ ଦ୍ୱିତୀୟ ଝିଅ ଭାବେ ମାଙ୍କେଡ଼ିଆ ବର୍ଗର ମାଟ୍ରିକ ପାସ୍ ସହ ବାଣିଜ୍ୟ ଅଧ୍ୟୟନ ରତ ବାହାମା ମାଙ୍କେଡ଼ିଆଙ୍କୁ ମାନପତ୍ର, ପୁଷ୍ପଗୁଛ ସହ ୧୦ହଜାର ଟଙ୍କାର ସହାୟତା ଜିଲାପାଳ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ପ୍ରୋବେସନର ସଚିନ ପାୱାର, ସିଡ଼ିଏମ୍‌ଓ ଡ଼ାକ୍ତର ସୁଧାଂଶୁ ଶେଖର ବଳ, ଡ଼ିପିସି ବିଷ୍ଣୁଚରଣ ସୂତାର, ସହକାରୀ ଜିଲାପାଳ ତିଳୋତମା ପୃଷ୍ଟି, ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡ଼ୁ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷା ୟୁନିଟ୍‌ର କାଳୀପ୍ରସାଦ ସାହୁ, ପଦ୍ମଚରଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ଶିଶୁ ସୁରକ୍ଷା ସମ୍ପର୍କୀତ ସରକାରୀ ଅଧିନିୟମ ଯଥା ବାଲ୍ୟବିବାହ ନିଷେଧ ଆଇନ୍ ୨୦୦୬. ପିସିପିଏନ୍‌ଡ଼ିଟି ଅଧିନିୟମ ୧୯୯୪ ଉପରେ ରାଜ୍ୟସ୍ତରୀୟ ବିଷୟ ବିଷାରଦ ଘାସୀରାମ ପଣ୍ଡା ଓ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରମୋଦ କିଶୋର ଆଚାର୍ଯ୍ୟ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରିଥିଲେ । ସର୍ବଶେଷରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close