ଯାଜପୁରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

ଯାଜପୁର, ୯ା୧୦ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପବିତ୍ର ଜନ୍ମ ତିଥିରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କରାଯାଇଚ୍ଥି । ଜିଲ୍ଲା ସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍କୁଲର ମିଳିତ ଉଦ୍ୟମରେ ମାଲ୍ୟାର୍ପଣ କରାଯିବା ସହ ଗୋପବନ୍ଧୁଙ୍କ ସେବା, ପରୋପକାର ଓ ସଂଗ୍ରାମ ସଂପର୍କରେ ଆଲୋକପାତ କରାଯାଇଥିଲା । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସ୍କୁଲର ଶିକ୍ଷକ ନିରଂଜନ ସାହୁ, ଜୟୀଋଦ୍ଦିନ ଖାଁ, ଗ୍ରନ୍ଥାଗାରିକ ପ୍ରଭାତ କୁମାର ପଣ୍ଡା, କର୍ମଚାରୀ ରବିନ୍ଦ୍ର କୁମାର ଦାସ, ଭବାନୀ ନାୟକ, ସୁଶାନ୍ତ ଗୋଚ୍ଚ୍ଥାୟତ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । କରୋନା କଟକଣା ଯୋଗୁଁ ସାମାଜିକ ଦୂରତା, ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ସହ ଗହଳି କମ ରଖିବାର ବ୍ୟବସ୍ଥା ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close