Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଯାଜପୁରର ବରିଷ୍ଠ ସାମ୍ବାଦିକ ପ୍ରଭାତ ରାଉତରାୟଙ୍କ ପରଲୋକ, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ବରିଷ୍ଠ ପଦାଧିକାରୀଙ୍କ ଶୋକ

ଯାଜପୁର, ୦୮/୧୦: ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ, ମା’ ଟିଭିର ପ୍ରତିଷ୍ଠାତା ତଥା ଯାଜପୁର ଟାଉନ ନିବାସୀ ପ୍ରଭାତ କୁମାର ରାଉତରାୟଙ୍କ ପରଲୋକ ଘଟିଛି । ତାଙ୍କର ଅକାଳ ବିୟୋଗରେ ଯାଜପୁର ଜିଲ୍ଲାପାଳ ଚଳ୍ରବର୍ତୀ ସିଂହ ରାଠୋର, ଆଇ.ଏ.ଏସ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ସନ୍ତୋଷ କୁମାର ମିଶ୍ର, ମିହିର ପ୍ରସାଦ ମହାନ୍ତି, ମା’ ବିରଜା ମନ୍ଦିର ଟ୍ରଷ୍ଟ୍ର ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ୰ ରାଉତରାୟ ମା’ ଟିଭି ଜରିଆରେ ମା’ ବିରଜାଙ୍କ ମହିମାକୁ ପ୍ରଚାର ପ୍ରସାର କରାଇ ବେଶ ପରିଚିତ ହୋଇଥିଲେ ।
ତାଙ୍କ ମୃତ୍ୟରେ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସହଯୋଗୀ ସଂପାଦକ ଦୀପକ କୁମାର ପାଣିଗ୍ରାହୀ, ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର, କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ସମାଜସେବିକା ଉର୍ମିଳା ନାୟକ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ଯୁବ ସମାଜସେବୀ ତଥା ‘ଉଦୟବଟ’ର ସାଲେପୁର ପ୍ରତିନିଧି ବିଭୁପ୍ରସାଦ ଲେଙ୍କା, ‘ଉଦୟବଟ’ର ପାଣିକୋଇଲି ପ୍ରତିନିଧି ତଥା କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ‘ଉଦୟବଟ’ର ରସୁଲପୁର ପ୍ରତିନିଧି ପଦ୍ମଲୋଚନ ନାୟକ, ‘ଉଦୟବଟ’ର ଜଖପୁରା ପ୍ରତିନିଧି ଅଭୟଲୋଚନ ନାୟକ, ସୁମନ ରାୟ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ମର୍ମାହତ ହେବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close