ଶିଳ୍ପୀ ମହାସଂଘର ୮ମ ବାର୍ଷିକ ଉତ୍ସବ; ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ବିଶ୍ବସ୍ତରୀୟ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର,୭/୧୦: ଇଟାଲୀ, ଗ୍ରୀସ, ରୋମ ଆଦି ଦେଶର ଶିଳ୍ପୀମାନଙ୍କୁ ବିଶ୍ବସ୍ତରରେ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ମାତ୍ର ଓଡ଼ିଆ ଶିଳ୍ପୀଙ୍କ ଶିଳ୍ପ କାରିଗରୀ ଏସବୁଠୁ ଊର୍ଦ୍ଧ୍ବରେ। ଓଡ଼ିଆ ଶିଳ୍ପୀଙ୍କ ଦକ୍ଷତା ମଧ୍ୟ ବିଶ୍ବସ୍ତରୀୟ ବୋଲି ଶିଳ୍ପୀ ମହାସଂଘର ୮ମ ବାର୍ଷିକ ଉତ୍ସବରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି।
             ଆଜି ଜୁମ୍‌ ଆପ ଯୋଗେ ଶିଳ୍ପୀ ମହାସଂଘର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଏକାଧିକ ଶିଳ୍ପୀଙ୍କୁ ସମ୍ବଦ୍ଧର୍ନା କରାଯିବା ସହିତ ଶିଳ୍ପୀମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା। ପ୍ରିୟରଞ୍ଜନ କରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଓଡ଼ିଶାକୁ କଳାର ମାଟି ବୋଲି ଅବିହିତ କରି ନିଜେ ସେହି ମାଟିର ସେବା କରିବାକୁ ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର କଳାକାରଙ୍କ ପାଖରେ ପଥରରେ ପ୍ରାଣ ସଂଚାର କରିବାର ବିଶେଷ ଗୁଣ ଦେଇଛନ୍ତି। ଯେଉଁଥିପାଇଁ ଓଡ଼ିଆ କାରିଗର ବିଶ୍ବ ବିଜୟୀ। ଇଟାଲୀ, ରୋମ, ଗ୍ରୀସ୍‌ ଭଳି ଦେଶରେ କାରିଗରଙ୍କ ଶିଳ୍ପ ଚାତୁରୀକୁ ବିଶ୍ବରେ ସାଧାରଣତଃ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ମାତ୍ର ଓଡ଼ିଆ ଶିଳ୍ପୀ ମଧ୍ୟ ସେମାନଙ୍କୁ ମୁକାବିଲା କରିବାର ଦକ୍ଷତା ରଖିଛନ୍ତି। ଓଡ଼ିଆ ଶିଳ୍ପୀଙ୍କ ପାଖରେ ମଧ୍ୟ ବିଶ୍ବସ୍ତରୀୟ ଦକ୍ଷତା ରହିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close