ବଜ୍ରାଘାତରେ ରାଜକନିକା ଆଗପଡ଼ା ଗ୍ରାମର ମହେଶ୍ୱର ବାରିକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, ୦୪/୧୦(ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ର ଆଗପଡ଼ା ଗ୍ରାମର ଚାଷୀ ମହେଶ୍ୱର ବାରିକ ଆଜି ବିଲରୁ ଘାସ ନେଇ ଘରକୁ ଫେରୁଥିବା ବେଳେ ବ୍ରଜାଘାତର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ମିଷ୍ଟଭାଷୀ ଓ ସ୍ୱାଭିମାନୀ ମଣିଷ ଥିଲେ । ଗ୍ରାମରେ ଉପୁଜୁଥିବା ବିଭିନ୍ନ କଳହ ଓ ସମସ୍ୟାର ସେ ନିରପେକ୍ଷ ବିଚାର କରି ବେଶ ପ୍ରଶଂସିତ ହୋଇଥିଲେ । ତାଙ୍କର ମୃତ୍ୟୁରେ ଗ୍ରାମ ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ବହୁ ବ୍ୟକ୍ତି ତାଙ୍କ‌ର ଏପରି ପ୍ରାକୃତିକ ଦୁର୍ବିପାକ ଜନିତ ଅକାଳ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । କରୋନା ମହାମାରୀ ସମୟରେ କରୋନା ଜନିତ ମୃତ୍ୟୁ, ହୃଦ୍‌ଘାତରେ ମୃତ୍ୟୁ ସହ ଏପରି ଘଟଣାମାନ ଘଟୁଥିବାରୁ ଲୋକଙ୍କ ଭିତରେ ଛାନିଆ ପସିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close