କେନ୍ଦ୍ରାପଡ଼ାର ଯୁବ କ୍ରିକେଟର ଭଗବାନ ଦଳାଇଙ୍କ ହୃଦ୍‌ଘାତରେ ପରଲୋକ

କେନ୍ଦ୍ରାପଡ଼ା, ୦୪/୧୦(ରାଜକିଶୋର ନାୟକଙ୍କ ଠାରୁ): କେନ୍ଦ୍ରାପଡ଼ା ଜିଲ୍ଲା ବଣିଆମାଳ ଗ୍ରାମର ୩୦ ବର୍ଷୀୟ ଯୁବକ ଭଗବାନ ଦଳାଇଙ୍କ ହୃଦ୍‌ଘାତରେ ଅକାଳ ବିୟୋଗ ଘଙ୍କିଛି । ୰ ଦଳାଇ ଜଣେ ଜଣାଶୁଣା ଯୁବ କ୍ରିକେଟର ଭାବେ ବେଶ ସୁନାମ ଅର୍ଜ୍ଜନ କରିଥିଲେ । ତାଙ୍କର ଅକାଳ ବିୟୋଗ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ବହୁ କ୍ରିକେଟ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ବହୁ ବ୍ୟକ୍ତି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ କରୋନା ସହ ହୃଦ୍‌ଘାତ ଓ ଅନ୍ୟାନ ରୋଗରେ କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ବହୁ ବ୍ୟକ୍ତିବିଶେଷଙ୍କ କିଛି ଦିନ ଭିତରେ ଜୀବନ ଯିବା ଓ ଏହି ଧାରା ଲାଗି ରହିବା କାରଣରୁ ରାଜ୍ୟବ୍ୟାପି ଆଶଙ୍କା ଦେଖାଦେଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close