ବ୍ୟାସନଗରର ୨୪ ଓ ୨୬ ନଂ. ୱାର୍ଡ଼ରେ ଥିବା ବିଭିନ୍ନ ସମସ୍ୟାର ଅନ୍ତ କେବେ ?

ଯାଜପୁର, ୦୧/୧୦: ଭାରତର ଇସ୍ପାତ ରାଜଧାନୀ ବୋଲି କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ହେଉଛି ବ୍ୟାସନଗର ପୈାର ପରିଷଦ । ୨୬ଗୋଟି ୱାର୍ଡକୁ ନେଇ ଗଠିତ ଏହି ପୈାର ପରିଷଦର ବିଭିନ୍ନ ବସ୍ତିରେ ରହିଛି ନାନା ସମସ୍ୟା । ଅଧିକାଂଶ ନେତା ନିର୍ବାଚନ ସମୟରେ ବହୁ ଗରୀବ, ଅଶିକ୍ଷିତ ଭୋଟରଙ୍କୁ ମଦ, ମାଂସ, ଟଙ୍କା ଦେଇ ସିନା ଭୋଟ ନିଅନ୍ତି ହେଲେ ନିର୍ବାଚନ ପରେ ଲୋକଙ୍କ ମୈାଳିକ ସମସ୍ୟା କଥାକୁ ପାସୋରି ଦେଇଥାନ୍ତି । ପୁନଶ୍ଚ, ଜନ ପ୍ରତିନିଧି ହିସାବରେ ଜନତାଙ୍କ ସମସ୍ୟାରୁ ନଜର ହଟାଇ ବରଂ କିପରି ଠିକାଦାରୀ କାମରେ ହେଉକି ଅଧ୍ୟକ୍ଷ ପଦ ପାଇଁ ଘୋଡା ବେପାରରେ ଲାଗି ରହି ଲକ୍ଷାଧିକ ଟଙ୍କା କମାଇବାରେ ମସଗୁଲ ରହୁଥିବାର ଦେଖାଯାଇଥାନ୍ତି । ତେଣୁ ୱାର୍ଡରେ ସମସ୍ୟା ଯେଉଁ ତିମିରକେ ସେହି ତିମିରେ ହୋଇ ରହିଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ କେତେକାଂଶରେ ଥିବା ବାଲା ଲୋକଙ୍କୁ ସାମିଲ କରାଯାଇଥିବା ବେଳେ ନଥିବା ବା ଅଭାବୀ ଲୋକେ ଉପେକ୍ଷିତ ହେଉଥିବାରୁ ସମସ୍ୟା କମିବା ବଦଳରେ ବଢ଼ି ଚାଲିଛି । ରାସ୍ତା ନିର୍ମାଣ, ଡ୍ରେନ ନିର୍ମାଣ, ଇଲେଟ୍ରିକ୍ ପୋଲ ପୋତା ଏଭଳି ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବାର ଦେଖାଯାଉଛି । ଏଭଳି ଜନ ପ୍ରତିନିଧି ସମସ୍ୟା ଉପରେ ଉଦାସୀନ ରହି କ୍ଷମତା କନ୍ଦଳରେ ବ୍ୟସ୍ତ ରହି ସମୟକୁ ସାରି ଦେଇ ଗୋଳିଆ ପରିସ୍ଥିତି ସୃଷ୍ଟି କରିଥିବାରୁ ୦୨ ବର୍ଷ ପୂର୍ବରୁ ପ୍ରଶାସନ ହାତରେ ପୈାର ପରିଚାଳନାର ଭାର ଥିଲେ ବି ଅଧିକାଂଶ ଲୋକେ ଓ ସରକାର ନିର୍ବାଚନକୁ ପ୍ରାୟତଃ ଚାହୁଁ ନାହାନ୍ତି । ଆଗକୁ ପୈାର ନିର୍ବାଚନ ହୋଇ ପାରେ । ଏହି ପୈାର ପରିଷଦର ବିଭିନ୍ନ ୱାର୍ଡ଼ର ସମସ୍ୟାକୁ ନେଇ ପ୍ରସ୍ତୁତ ୱାର୍ଡ ପରିକ୍ରମାରେ ଏଥର ଦେଖନ୍ତୁ ୨୪ ଓ ୨୬ ନଂ. ୱାର୍ଡର କେତେକ ଗରୀବ ଶ୍ରେଣୀର ବାସିନ୍ଦା ଅଭିଯୋଗ । ଏମାନଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ବସନ୍ତ ପାତ୍ର

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close