୧ ଅକ୍ଟୋବରରୁ ବଦଳିଯିବ କିଛି ନିୟମ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇପାରେ

ନୂଆଦିଲ୍ଲୀ ; ୩୦/୯ : ଭାରତ ସରକାରଙ୍କ ଅନେକ ରିହାତିର ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ୧ ଅକ୍ଟୋବରରୁ ବ୍ୟାଙ୍କ ,ବାହାନ, ଡ୍ରାଇଭିଂ ଲାଇସେନ୍ସ ଓ ଜିଏଷ୍ଟି ରିଟର୍ଣ୍ଣିଂ ସମେତ ଅନେକ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

ଏସବିଆଇ ଋଣ ଟଙ୍କାର ସୁଧ ହାରକୁ ରେପୋ ରେଟ ସହ ଯୋଡିବାକୁ ଯାଉଛି । ଏଥିରୁ ଗ୍ରାହକଙ୍କୁ ୦.୩୦ପ୍ରତିଶତ ଯାଏଁ ଶସ୍ତା ଦରରେ ଘର ଓ ଗାଡି ଋଣ ମିଳିପାରିବ ।ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ,ପଞ୍ଜାଵ ନେସନଲ ବ୍ୟାଙ୍କ , ୟୁନିଅନ ବ୍ୟାଙ୍କ,ଇଣ୍ଡିଆନ ବ୍ୟାଙ୍କ,ଫେଡେରାଲ ବ୍ୟାଙ୍କ ମଧ୍ୟ ଏହି ନିୟମ ଲାଗୁ କରିବେ। ଏସବିଆଇର ମେଟ୍ରୋସହରର ସର୍ବନିମ୍ନ ବଲାନ୍ସ ସୀମା ୫ହଜାରରୁ କମ  କରି ୩ହଜାର,ସେମି ଅର୍ବାନ ୨୦୦୦,ଗ୍ରାମୀଣ(ରୁରଲ) ୧୦୦୦ କରିବାକୁ ଯାଉଛି। ସହରମାନଙ୍କରେ ସର୍ବନିମ୍ନ ବାଲାନ୍ସ ନରଖିଲେ ଗ୍ରାହକଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡିବ । ୭୫ପ୍ରତିଶତରୁ  କମ ରାଶି ଥିଲେ ଯେଉଁଠି ପୂର୍ବରୁ ୮୦ଟଙ୍କା ଜିଏଷ୍ଟି ଲାଗୁଥିଲା ବର୍ତ୍ତମାନ୧୫ଟଙ୍କା ଲାଗିବ। ୫୦ରୁ ୭୫ପ୍ରତିଶତ ରାଶି କମ ହେଲେ ୧୨ଟଙ୍କା ଜିଏଷ୍ଟି ଦେବାକୁ ହେବ ।  ସାରା ଦେଶରେ ଡ୍ରାଇଭିଂ ଲାଇସେନ୍ସ , ବାହାନ ପଞ୍ଜୀକରଣ ପୂର୍ଵ ପରି ରହିବ। ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ଓ ଆର ସିରେ ମାଇକ୍ରୋଚିପ କ୍ୟୁଆର କୋଡ଼ ରହିବ। କ୍ୟୁଆର କୋଡ଼ ରିଡ଼ କରିବାକୁ ଟ୍ରାଫିକ ପୋଲିସକୁ ହ୍ୟାଣ୍ଡି ଟ୍ରାକିଂ ଡିଭାଇସ ପ୍ରଦାନ କରାଯିବ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close