ବ୍ୟାସନଗରର ବିଭିନ୍ନ ୱାର୍ଡରେ ରହିଛି ଅନେକ ସମସ୍ୟା, କେବେ ସୁଧୁରିବ ଏହି ଅବସ୍ଥା ?

ବ୍ୟାସନଗର, ୨୯/୯: କୁହାଯାଏ ଭାରତର ଇସ୍ପାତ ରାଜଧାନୀ କଳିଙ୍ଗନଗରର ମୁଖଶାଳା ହେଉଛି ବ୍ୟାସନଗର ପୈାର ପରିଷଦ । ୨୬ଗୋଟି ୱାର୍ଡକୁ ନେଇ ଗଠିତ ପୈାର ପରିଷଦର ବିଭିନ୍ନ ବସ୍ତିରେ ରହିଛି ନାନା ସମସ୍ୟା । ଗତ କାଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅବଶ୍ୟ ବସ୍ତି ବାସିନ୍ଦାଙ୍କ ପାଇଁ କେତେକ ଜନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ହେଲେ ବ୍ୟାସନଗରରେ ଏହାର କିପରି ସଫଳ ରୂପାୟନ ହେବ ତା’କୁ ନେଇ ଅନେକ ଆଶା ଓ ଆଶଙ୍କାରେ ଅଛନ୍ତି । ଏଠାକାର ବହୁ ଜନ ପ୍ରତିନିଧି ସମସ୍ୟା ଉପରେ ଉଦାସୀନ ରହି କ୍ଷମତା କନ୍ଦଳରେ ବ୍ୟସ୍ତ ରହି ସମୟକୁ ସାରି ଦେଇଛନ୍ତି । ଏବେ ପ୍ରଶାସନ ହାତରେ ପରିଚାଳନାର ଭାର । ଆଗକୁ ପୈାର ନିର୍ବାଚନ ହେବାର ବି ସମ୍ଭାବନା ରହିଛି । ବିଭିନ୍ନ ୱାର୍ଡ଼ର ସମସ୍ୟାକୁ ନେଇ ଆମ ୱାର୍ଡ ପରିକ୍ରମାରେ ଆମ ପ୍ରତିନିଧି ବସନ୍ତ ପାତ୍ରଙ୍କ ସ୍ୱତନ୍ତ୍ର ରିପୋର୍ଟ । ୨୪ ଓ ୨୬ ନଂ. ୱାର୍ଡ଼ର ବିଭିନ୍ନ ସମସ୍ୟା ସହିତ ଓତପ୍ରୋତଃ ଭାବେ ଜଡିତ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କାଉନସିଲର ପ୍ରସନ୍ନ କୁମାର ସାମଲଙ୍କ ସହ ଏକ ସାକ୍ଷାତ ଆଲୋଚନା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close