ଯାଜପୁର-କେଉଁଝର ରୋଡ ରେଳ ଷ୍ଟେସନର ମାଲ ଗୋଦାମ ପାଖରେ ମଦର ପସରା, ଅବକାରୀ ବିଭାଗର ରେଡ

ବ୍ୟାସନଗର, ୨୭/୯(ଟିକାୟତ ପାଲଙ୍କ ଠାରୁ): ସ୍ଥାନୀୟ ଯାଜପୁର-କେଉଁଝର ରୋଡ ରେଳ ଷ୍ଟେସନର ମାଲ ଗୋଦାମ ଅଂଚଳରେ ଦେଶି ଓ ବିଦେଶୀ ମଦର ପସରା ମେଲୁଥିବା କଥା ବିଭିନ୍ନ ସମୟରେ ଅଭିଯୋଗ ହେବା ସହ ଖବର କାଗଜ ପୃଷ୍ଠା ମଣ୍ଡନ କରୁଥିବା ବେଳେ ଏଠାରୁ କେଇ ହାତ ଦୂରରେ ଥିବା ଜି.ଆର.ପି ଓ ଆର.ପି.ଏଫ ଏହା ଉପରେ ଉଦାସୀନ ରହିବା ଆଶ୍ଚର୍ଯ୍ୟଜନକ! ବର୍ଷ ବର୍ଷ ଧରି ଏଠାରେ ଝୁମ୍ପୁଡି ଓ ପଲ୍ଲା ମାରି ବେଆଇନ ନିଶା କାରବାର ଚାଲୁଥିବା ବେଳେ ମାଲବାହୀ ଟ୍ରେନରୁ ଲୋଡିଂ ଓ ଅନ-ଲୋଡିଂ କାର୍ଯ୍ୟରେ ନିୟୋଯିତ ବହୁ ଶ୍ରମିକ, କୁଲି, ଯାତ୍ରୀ ଆଦି ଏମାନଙ୍କ ନିୟମିତ ଗ୍ରାହକ ପାଲିଟିଥିବାର ଜଣାଯାଇଛି । ଆଖପାଖ ଅଂଚଳର କିଛି ଅସାମାଜିକ ବ୍ୟକ୍ତି ଏଠାରେ ଆସି ଆଡ୍ଡା ଜମାଉଥିବାର ଦେଖାଯାଇଥାଏ । ହେଲେ ସେପରି କୈାଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ନିଶା ବେପାରୀ ବେପରୁଆ ଭାବରେ ଏହି କାରବାର କରିଆସୁଛନ୍ତି । ଏହି ଅଂଚଳରୁ ବେଆଇନ ନିଶା କାରବାରର ମୂଳୋତ୍ପାଟନ ପାଇଁ ଆଜି ପର୍ଯ୍ୟନ୍ତ ଚେଷ୍ଟା ନ କରାଯିବା ଦୁର୍ଭାଗ୍ୟଜନକ! ଗତ ଶୁକ୍ରବାର ଏହି ଅଂଚଳରେ ଅବକାରୀ ବିଭାଗ ରେଡ କରି ନିଶା କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କୁ ଉଠାଇ ନେଇଥିବାର ଜଣାଯାଇଛି । ଦେଖାଯାଉ ଆଗକୁ ଏଠାରେ ନିଶା କାରବାର ହେଉଛି ନା ନାହିଁ !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close