କରୋନା ଓ ବନ୍ୟା ପରିଚାଳନାରେ ତଣ୍ଡରା ସରପଂଚଙ୍କ କାର୍ଯ୍ୟକଳାପକୁ ପ୍ରଶଂସା

ଯାଜପୁର, ୨୭/୯: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ର ତଣ୍ଡରା ଗ୍ରାମ ପଂଚାୟତରେ କରୋନା ବିଶ୍ୱ ମହାମାରୀ ଓ ଚଳିତ ପ୍ରଳୟଙ୍କରୀ ବନ୍ୟା ଫଳରେ ନାହିଁ ନ ଥିବା ସମସ୍ୟା ଦେଖାଦେଇଛି । କରୋନା ପାଇଁ ଲୋକେ କାମ ଧନ୍ଦା ହରାଇଥିବା ବେଳେ ବନ୍ୟା ବିଭୀଷିକା ସମସ୍ୟାକୁ ଦ୍ୱିଗୁଣିତ କରିଛି । ଏହି ପଂଚାୟତଟି ୦୩ ଗ୍ରାମ ଯଥା-ତଣ୍ଡରା, ବରେଇ ଓ ଫିରୋଜାବାଦକୁ ନେଇ ଗଠିତ । ଲୋକ ସଂଖ୍ୟା ୬ ରୁ ୭ ହଜାର ମଧ୍ୟରେ । ଏଠାକାର ଅଧିକାଂଶ ଲୋକେ କୃଷିକୁ ବୃତି ଭାବରେ ଗ୍ରହଣ କରି ଜୀବିକା ନିର୍ବାହ କରିଥାନ୍ତି । ପନିପରିବା ଚାଷ ପାଇଁ ଏହି ଅଂଚଳ ବିଶେଷ ଭାବେ ପରିଚିତ । ଚଳିତ ବର୍ଷ ବର୍ଷା ଦିନିଆ ପନିପରିବା ଭଲ ହୋଇଥିଲା । ବର୍ଷା ଭଲ ହୋଇଥିବାରୁ ବିଓଳି ଧାନ ମଧ୍ୟ ଭଲ ହୋଇଥିଲା । ହେଲେ ଖରସ୍ରୋତାରେ ପ୍ରଳୟଙ୍କରୀ ବନ୍ୟା ଆସି ସବୁ ସତ୍ୟାନାଶ କରିଦେଲା । ପନିପରିବା ଚାଷ, ବିଓଳି ଧାନ ସହ ଶାରଦ ଧାନସବୁକୁ ପଚାଇ ନଷ୍ଟ କରିଦେଲା । ଲୋକେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଆଗାମୀ ଶୀତ ଦିନିଆ ପନିପରିବା ଚାଷ, ବାଦାମ ଚାଷ ଆଦି ପାଇଁ ସରକାରୀ ସହାୟତା ପାଇଁ ଲୋକେ ଚାହିଁ ବସିଛନ୍ତି । ଲୋକଙ୍କ ଦୁଃଖ ଓ ଆବେଗ ଉପରେ ସମବେଦନା ଜଣାଇ କାର୍ଯ୍ୟ କରିଚାଲିଛନ୍ତି ଏହି ପଂଚାୟତର ସରପଂଚ ଗୋପାଳ ଚନ୍ଦ୍ର ସେଠୀ । ସେ ଗ୍ରାମ ପଂଚାୟତର ଉନ୍ନତି ପାଇଁ କାର୍ଯ୍ୟ କରିଚାଲିଥିବା ବେଳେ କରୋନା ମହାମାରୀ ଓ ପରେ ପରେ ବନ୍ୟା ଆସି ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲା । ଏହି ପଂଚାୟତରେ ଏବେ ସ୍ଥିତି କିପରି ଅଛି ଓ ଅବସ୍ଥାକୁ କିଭଳି ସାମନା କରାଯାଉଛି, ଏସବୁକୁ ନେଇ ପ୍ରସ୍ତୁତ ପଂଚାୟତ ପରିକ୍ରମାରେ ଆମ ପ୍ରତିନିଧି ବସନ୍ତ କୁମାର ପାତ୍ରଙ୍କ ସହ ସରପଂଚ ଶ୍ରୀ ସେଠୀ ଓ କେତେକ ଚାଷୀଙ୍କ ସହ ଅନୁଷ୍ଠିତ ସାକ୍ଷାତ ଆଲୋଚନାକୁ ଦେଖନ୍ତୁ:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close