ସୈାରେନ୍ଦ୍ର କୁମାର ରାଉତରାୟ ପାରାଦୀପ ପୈାର ପାଳିକାର ନିର୍ବାହୀ ଅଧିକାରୀ ହେଲେ

ପାରାଦୀପ, ୨୬/୯(ଚକ୍ରଧର ଦାଶଙ୍କ ଠାରୁ): ଦୀର୍ଘ ଦିନର ବ୍ୟବଧାନ ପରେ ସ୍ଥାନୀୟ ପାରାଦୀପ ପୈାରପାଳିକାରେ ନିୟମିତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସୈାରେନ୍ଦ୍ର କୁମାର ରାଉତରାୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ, ୦୪ ମାସ ତଳେ ପୈାର ନୀର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଦିଲୀପ କୁମାର ମହାନ୍ତିଙ୍କର ଏଠାରୁ ବଦଳି ହୋଇଥିଲା । ପରେ ଏହି ପଦବୀରେ ବିଭିନ୍ନ ସମୟରେ କୁଜଙ୍ଗ ତହସିଲଦାର ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ । ବିଶ୍ୱ ମହାମାରୀ କୋଭିଡ଼-୧୯ ସମୟରେ ପାରାଦୀପ ପୈାର ପରିଷଦ ପକ୍ଷରୁ ବିଭିନ୍ନ ଯୋଜନା ସଫଳତାର ସହ ଚାଲିଥିବା ବେଳେ ଜଣେ ନିୟମିତ (ରେଗୁଲାର) ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ କେତେକ କାର୍ଯ୍ୟ ଅନେକାଂଶରେ ବ୍ୟାହତ ହେଉଥିଲା । ତେଣୁ ଏଠାରେ ଜଣେ ନିୟମିତ ଅଧିକାରୀଙ୍କ ଆବଶ୍ୟକତା ଅନୁଭୂତ ହେଉଥିଲା । ଏବେ ଶ୍ରୀ ରାଉତରାୟଙ୍କ କାର୍ଯ୍ୟରେ ଯୋଗଦାନ ପରେ ପୈାର ପରିଷଦ ତଥା ପାରାଦୀପ ଭଳି କ୍ରମବର୍ଦ୍ଧିଷ୍ଣୁ ସହରରେ କାର୍ଯ୍ୟଗୁଡିକ ଅଧିକ କ୍ରିୟାଶୀଳ ହେବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ଶ୍ରୀ ରାଉତରାୟ ସୁନ୍ଦରଗଡ଼ର ରାଜଗାଙ୍ଗପୁର ପୈାର ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟକରି ଆସିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close