ରେସନ କାର୍ଡ ଓ ରିଲିଫ୍ ବଂଟନ ଉପରେ ଆପତି ଉଠାଇଲେ କୋରେଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ

ବ୍ୟାସନଗର, ୨୪/୯: ଯାଜପୁର ଜିଲ୍ଲାର କେତେକ ବ୍ଲ୍‌କରେ ହୋଇଥିବା ରେସନ କାର୍ଡ ଦୁର୍ନତୀ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବହୁ ଅଂଚଳରେ ରାଜନେତା ଓ ସମାଜସେବୀମାନେ ସ୍ୱର ଉଠାଉଛନ୍ତି । କୋରେଇ ବିଧାନସଭା କ୍ଷେତ୍ରରୁ ୨୦୧୯ ନିର୍ବାଚନରେ ବି.ଏମ.ପି ଦଳରୁ ପ୍ରାର୍ଥୀ ହୋଇଥିବା ତଥା ସମାଜସେବୀ ରାମଚନ୍ଦ୍ର ବାରିକ ଉଭୟ ରେସନ କାର୍ଡ ଓ ନିକଟରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରର ସହାୟତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ‘ଉଦୟବଟ ଇ-ନ୍ୟୁଜ୍‌’କୁ ଏକ ସାକ୍ଷାତକାରେ ହିତାଧିକାରୀ ଚୟନରେ ପାତର ଅନ୍ତର ହେଉଥିବା କହିଛନ୍ତି । ଅପରପକ୍ଷରେ ବହୁ ପ୍ରକୃତ ବନ୍ୟା କ୍ଲିଷ୍ଟଙ୍କ ପାଖରେ ରିଲିଫ୍ ପହଚିଂ ନାହିଁ ବୋଲି ସେ କହିଛନ୍ତି । ସରକାରୀ ସହାୟତାକୁ କିଛି ଥିଲା ବାଲା ଓ ରାଜନୈତିକ ବ୍ୟକ୍ତିଙ୍କ ପାଖ ଲୋକ ହାତେଇ ନେଉଥିବା ବେଳେ ବହୁ ଗରୀବ ଲୋକ ଏଥିରୁ ବାଦ୍ ପଡ଼ିବା ଚିନ୍ତାଜନକ ବୋଲି ଶ୍ରୀ ବାରିକ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close