ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଟି) ଆନୁକୂଲ୍ୟରେ ପାରାଦୀପରେ ଗଡିଲା ‘ସ୍ୱଚ୍ଛତା ରଥ’

ପାରାଦୀପ, ୨୪/୯ (ଚକ୍ରଧର ଦାଶଙ୍କ ଠାରୁ): ବନ୍ଦର ନଗରୀ ପାରାଦୀପର ଜନସାଧାରଣଙ୍କ ନିକଟରେ ସ୍ୱଚ୍ଛ ପରିବେଶ ତଥା ପରିବେଶର ସୁରକ୍ଷା ଓ ସଚେତନତାର ବାର୍ତା ପହଚାଂଇବାର ମହତ ଉଦ୍ଦେଶ୍ୟ ରଖି ଅଭିନବ ଉଦ୍ୟମ ଆରମ୍ଭ କରିଛି ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଟି) । ଏହି ଅବସରରେ ଏକ ‘ସ୍ୱଚ୍ଛତା ରଥ’ ପାରାଦୀପ ବନ୍ଦର ଅଂଚଳ ଓ ସହର ପରିକ୍ରମା କରିଛି । ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ଉପସ୍ଥିତିରେ ନୁମାଲି ଗଡ଼ ରିଫାଇନାରୀର ପରିଚାଳନା ନିର୍ଦ୍ଦେଶକ ଏସ. କେ ବରୁଆ ଏବଂ ‘ଡ୍ରେଜିଂ କର୍ପୋରେସନ ଅଫ୍ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ ରାଜେଶ ତ୍ରିପାଠୀ ପ୍ରମୁଖ ପତାକା ଦେଖାଇ ‘ସ୍ୱଚ୍ଛତା ରଥ’ ପରିକ୍ରମଣର ଶୁଭାରମ୍ଭ କରିଥିଲେ । ଏହି ରଥ ସ୍ୱଚ୍ଛତା, ପରିବେଶର ସୁରକ୍ଷା ଓ କୋଭିଡ-୧୯ ବିରୋଧରେ ଆବଶ୍ୟକୀୟ ଲଢ଼େଇ ପାଇଁ ସଚେତନତାର ବାର୍ତା ମଧ୍ୟ ପହଚାଂଇବ ବୋଲି ପିପିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close