ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ସତ୍ୟବ୍ରତଙ୍କ ସତ୍ୟାଗ୍ରହକୁ ତରଭାରେ ସ୍ୱାଗତ

ତରଭା, ୨୩/୦୯: ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବୀରେ ଜଗତ୍‌ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ଯୁବ ସମାଜସେବୀ ସତ୍ୟବ୍ରତ ଦାସ ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଅଂଚଳକୁ ପଦ ଯାତ୍ରା କରିବା ସହ ବି.ଡି.ଓଙ୍କ ଜରିଆରେ ତାଙ୍କର ଦାବୀ ଜଣାଉଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କର ଦାବୀକୁ ସମର୍ଥନ ଦିଆଯିବା ସହ ତାଙ୍କୁ ଉତ୍ସାହିତ ମଧ୍ୟ କରାଯାଉଛି । ସେ ଏବେ ଆସି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଂଚଳରେ ପହଚିଂଛନ୍ତି । ତରଭା ଆସୁଥିବା ବାଟରେ ଏହି ବ୍ଲକ୍‌ର ଝିଲ୍ଲିମୁଣ୍ଡା ଗ୍ରାମ ନିକଟରେ ତାଙ୍କର ପଦଯାତ୍ରା ସଫଳ ହେବାର ଶୁଭ ମନାସୀ କେତେକ ସାଧାରଣ ଜନତା ରାସ୍ତାରେ କଳସ ବସାଇ ତାଙ୍କୁ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ମଧ୍ୟ କରିଥିଲେ । ସତ୍ୟବ୍ରତଙ୍କୁ ବାଟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ତରଫରୁ ସହଯୋଗ ଓ ସମର୍ଥନ ମିଳୁଥିବାରୁ ସେ ବେଶ ଉତ୍ସାହିତ ଥିବାର ଜଣାପଡୁଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close