ଏଲ ଆଇ ସି ବିକାଶ ଅଧିକାରୀ(DO)ଙ୍କ ହୃଦଘାତରେ ପରଲୋକ, ଭଦ୍ରକ ମୁଖ୍ୟ ଶାଖାରେ ଶୋକର ଛାୟା

ଭଦ୍ରକ ; ୨୨/୯ : ଦିନକୁ ଦିନ ହୃଦଘାତ ତଥା ଅନ୍ୟାନ୍ୟ ରୋଗଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ତଥା ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ସଂଖ୍ୟା ଚିନ୍ତାର କାରଣ ସାଜିଛି । ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଏଲ ଆଇ ସି ଭଦ୍ରକ ମୁଖ୍ୟ ଶାଖାରେ ଶୋକର ଲହରୀ ଖେଳିଯାଇଛି । ସୂଚନାନୁସାରେ ଏଲ ଆଈ ସି ଭଦ୍ରକ ଶାଖା କାର୍ଯ୍ୟାଳୟରେ ଦୀର୍ଘ ୩୩ ବର୍ଷ ଧରି କାର୍ଯ୍ୟରତ ଥିବା ବରିଷ୍ଠ ବିକାଶ ଅଧିକାରୀ (DO) ଔରଙ୍ଗଜେବଙ୍କର ୫୫ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଆଜି ଦିବା ୨ଟା ୩୦ମିନିଟ ସମୟରେ ହୃଦଘାତରେ ପରଲୋକ ହୋଇଛି । ସେ ୩ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଆପୋଲୋରେ ପରୀକ୍ଷା କରାଇବା ପରେ ତାଙ୍କର ଷ୍ଟୋନ ହୋଇଛି ବୋଲି ରିପୋର୍ଟ ଆସିବାରୁ ସେଠାରେ ଚିକିତ୍ସିତ ହେଉଥିଲେ। ଆଜି ଅଚାନକ ତାଙ୍କର ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବରରେ ନିଜ ବାସସ୍ଥାନ ରାଇସୁଆଁ କେନ୍ଦୁଝରରେ ଶୋକର ବାତାବରଣ ସୃଷ୍ଟି ହୋଇଛି । ହଠାତ ଏହି ଖବର ମିଳିବାପରେ ଭଦ୍ରକ ଏଲ ଆଇ ସି ମୁଖ୍ୟ ଶାଖାରେ ଶୋକର ଛାୟା ଖେଳିଯାଇଥିଲା। ଶାଖା ପ୍ରବନ୍ଧକ ପଞ୍ଚାନନ ବେହେରା, ସହ ପ୍ରବନ୍ଧକ (ବିକ୍ରୟ) ପଦ୍ମଲୋଚନ ଦାଶ, ଅତିରିକ୍ତ ସହ ପ୍ରବନ୍ଧକ (ବିକ୍ରୟ) ବି.କେ.ଖଟୁଆ, ତଥା ବିକାଶ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବିଜୟ ପରିଡା, ବୀରେନ୍ଦ୍ର ମହାରାଜ, ମନୋଜ ଜେନା ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ଏଭଳି ସ୍ଥିତିରେ ନିହାର ରଂଜନ ରାଉତ ତାଙ୍କ ପାଖା ପାଖି ରହି ହସ୍ପିଟାଲରେ ଥିବା ସମୟରେ କାର୍ଯ୍ୟଳୟ ତରଫରୁ ସମସ୍ତ ପ୍ରକାର ସହଯୋଗର ହାତ ବଢାଇଥିଲେ । ଏଲ ଆଇ ସି ର ଅଭିକର୍ତା ସଙ୍ଘ ମଧ୍ୟ ଏହି ଦୁଃଖଦ ଘଟଣା ପାଇଁ ଗଭୀର ଶୋକବ୍ୟକ୍ତ କରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close