‘କରୋନା’ ଦାଉ ଠାରୁ ଏବେ ଘାତକ ସାଜିଛି ହୃଦ୍‌ରୋଗ ଓ ଅନ୍ୟାନ ରୋଗ; ଲୋକଙ୍କ ଅବସ୍ଥାର ପ୍ରକୃତ ଅନୁଧ୍ୟାନ ଜରୁରୀ

ଯାଜପୁର,୨୨/୦୯: ଖାଲି ଯାଜପୁର ଜିଲ୍ଲା କାହିକି ଓଡ଼ିଶାର ବିଭିନ୍ନ ସ୍ଥାନରେ କରୋନା ଜନିତ ସମସ୍ୟା, ଜଟିଳତା, ଆଶଙ୍କା, ଦଃୁଖ ଯେତିକି ଦୀର୍ଘ ୦୬ମାସ ହେଲା ଦେଖାଯାଉଥିଲା ତା’କୁ ବଳିଯାଇଛି ଗତ ୧୫-୨୦ ଦିନର ହୃଦ୍‌ରୋଗର ଭୟାବହତା । ଠିକ୍ ୦୬ମାସ ତଳେ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଦେଶ ବ୍ୟାପି ‘ଜନତା କର୍ଫୂ’ ଲାଗୁ କରିଥିଲେ ଓ ମାର୍ଚ୍ଚ ୨୫ରେ ଲକ୍‌ଡାଉନ-୦୧ ଲାଗୁ ହୋଇଥିଲା ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ବହୁ ଯୁବକ, ମଧ୍ୟବୟସ୍କ ଓ ବୟସ୍କଙ୍କ ଏହାରି ଭିତରେ ହୃଦ୍‌ଘାତରେ ଜୀବନ ଯାଇଛି । ଏହାଛଡ଼ା ଟାଇଫଏଡ, ଅଜଣା ଜ୍ୱର ଆଦି ରୋଗ ବି କିଛି ଦିନ ହେଲା ବଢ଼ିଯାଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ହୃଦ୍‌ରୋଗରେ ଅଚାନକ ପ୍ରାଣ ଚାଲିଯାଉଥିବାରୁ ଅନେକ ଏଥିନେଇ ସନ୍ଦିହାନ ଜୀବନ ବିତାଉଛନ୍ତି । ଅଧିକାଂଶ ଡାକ୍ତର ଓ ମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଏହି କରୋନା ଯୋଦ୍ଧା ବୋଲି ସରକାରୀ ସ୍ତରରେ ବାରମ୍ବାର କୁହାଯାଉଥିବା ଡାକ୍ତର ଓ ଅନ୍ୟାନ ମେଡିକାଲ କର୍ମଚାରୀମାନେ ବେଶି ଭୟକରୁଥିବାର ପରିଲକ୍ଷିତ ହେଉଛି । କେତେକ ସ୍ଥଳେ ଆଉଡଡୋର ସେବାକୁ କିଛି ବନ୍ଦ କରାଯାଇ ପୁଣି ଚାଲୁ କରାଗଲେ କ’ଣ ହେବ ଅଧିକାଂଶ ବେଳେ ଡ଼ାକ୍ତରଙ୍କ ଅନୁପସ୍ଥିତି ସମସ୍ୟାକୁ ଆହୁରି ଜଟିଳ କରିଛି । ଏହି କରୋନା ଯୋଦ୍ଧାମାନେ ବିଶେଷକରି ନିଜ ଜୀବନକୁ ପ୍ରାଧାନ୍ୟ ଦେଇ ହୋମ୍ ଆଇସୋଲେସନ୍‌ରେ ରହିବାକୁ ବେଶି ପସନ୍ଦ କରୁଥିବାର ଦେଖାଯାଉଛି । ଗୋଟିଏ ଗୋଟିଏ ଡାକ୍ତରଖାନାରେ ଡାକ୍ତରଙ୍କ ସ୍ଥଳେ ଆୟୁଷ ଡାକ୍ତର ଓ ହାତ ଗଣତି କର୍ମଚାରୀମାନେ ଡାକ୍ତରଖାନା ଚଳାଉଛନ୍ତି । ଫିଭର କ୍ଲିନିକ୍‌କୁ ଆୟୁଷ ଡ଼ାକ୍ତର ପରିଚାଳନା କରୁଥିବାର ଦେଖାଯାଉଛି । ଆଉଟ୍‌ଡୋର ଖୋଲା ଥିଲେ ବି ଡାକ୍ତଖାନାକୁ ଆସୁଥିବା ରୋଗୀମାନଙ୍କ ଅନ୍ୟ ରୋଗର ସଠିକ୍ ନିଦାନ ନିରାକରଣ କରି ଆବଶ୍ୟକୀୟ ପରାମର୍ଶ ଦେବା ସ୍ଥଲେ ବହୁ କ୍ଷେତ୍ରରେ ଡାକ୍ତରଙ୍କ ଚିଡିଚିଡା ଆଚରଣ ରୋଗୀ ଓ ସଂର୍ପକୀୟମାନଙ୍କୁ କ୍ଷୁବ୍ଧ କରିଚାଲିଛି । କେତେକଙ୍କୁ ଡାକ୍ତରଖାନାରୁ ଫେରାଇ ମଧ୍ୟ ଦିଆଯାଉଛି । ଫଳରେ ବହୁ ବ୍ୟକ୍ତି ଡାକ୍ତରଖାନାକୁ ଯିବା ପରିବର୍ତେ ନିଜ ସତର୍କତାରେ ଘରେ ରହି ବା ଔଷଧ ଦୋକାନରୁ ଔଷଧ କିଣି ବା ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହୋଇ ପରିସ୍ଥିତିକୁ ଟାଳିବାକୁ ଉଦ୍ୟମ କରୁଥିବାର ଜଣାଯାଇଛି । ମାତ୍ର ଜଟିଳ କ୍ଷେତ୍ରରେ ରୋଗୀମାନେ କୁଆଡେ ଚିକିତ୍ସା ପାଇଁ ଯିବେ ଜାଣି ନ ପାରି ଏପଟ ସେପଟ ଧାଁ ଧପଡ କରି ସମୟ ଗଡାଇ ଦେଉଥିବାରୁ ବ୍ୟାଧି ଜଟିଳରୁ ଜଟିଳତର ହେଉଛି ଓ କେତେକ ସ୍ଥଳେ ବହୁ ଲୋକଙ୍କର ଜୀବନ ହାନି ମଧ୍ୟ ଘଟୁଛି । ଗାଁ ଗଣ୍ଡା, ଛୋଟ ଛୋଟ ସହର ଓ ଜିଲ୍ଲାର ବ୍ୟାସନଗର ପୈାରାଂଚଳରେ ଏଭଳି ସମସ୍ୟା ବେଶି ଦେଖାଦେଇଛି । ଦେଶର ବହୁ ସ୍ଥାନରେ ପ୍ରଥମେ ଯେତେବେଳେ କରୋନା ନାଁ ଶୁଣି ଲୋକେ ତାଟି କବାଟ ପକାଇ ଦେଉଥିଲେ ସେତେବେଳେ ବହୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତଙ୍କ ସେବା ପାଇଁ ଆଗେଇ ଆସିଥିଲେ । ଏବେ କରୋନା ପରୀକ୍ଷା ବଢ଼ୁଥିବାରୁ ଅବଶ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ହେଲେ ଲୋକେ ଜାଣି ସାରିଲେଣି ଯେ, ୪.୫ କୋଟି ଲୋକ ସଂଖ୍ୟା ବିଶିଷ୍ଟ ଓଡ଼ିଶା ରାଜ୍ୟରେ ଦୈନିକ ହାରାହାରି ୧୦ ଜଣ ଲୋକ କରୋନାରେ ପ୍ରାଣ ହାରୁଛନ୍ତି । ଏହି ଧାରା ଦୀର୍ଘ ଦିନ ଧରି ଲାଗି ରହିଛି । କେଉଁ ଦିନ ୨-୩ ଜଣ ଅଧିକ ମୃତ୍ୟୁମୁଖରେ ପଡୁଛନ୍ତି ତ ଆଉ କେଉଁ ଦିନ ୧୦ରୁ କମ ଜଣଙ୍କ ଜୀବନ ଯାଉଛି । ତେଣୁ କରୋନାକୁ ଡରି ଭୋକ ଉପାସରେ ଆଉ କେତେ ଦିନ ଘରେ କଷ୍ଟରେ ମୁହଁମାଡି ରହିହେବ! ତାଛଡା ନିଜ ଉପରେ ପରିବାର ପ୍ରତିପୋଷଣର ଦାୟିତ୍ୱ ଥିଲେ ପରିବାର ସଦସ୍ୟ ଓ ଛୁଆପିଲାଙ୍କ ଦାୟିତ୍ୱ ନେବାକୁ ହେବ, ସେମାନଙ୍କ ଆବଶ୍ୟକତାକୁ ଅତି କମରେ ହେଲେ ବି ମେଂଟାଇବାକୁ ପଡିବ । ସରକାର ବହୁ କଥା ଘୋଷଣା କରିଥିଲେ ଓ କରୁଛନ୍ତି ମଧ୍ୟ । ଲୋକେ ଟି.ଭି, ଖବର କାଗଜ ଆଦିରୁ ସେସବୁ ଜାଣିଥିଲେ; ହେଲେ କାହିଁ ସେପରି କିଛି ସୁବିଧା ତ ଆସୁନାହିଁ ଓ କେବେ ଆସିବ ବୋଲି ଅନେକ ଚାତକ ପରି ଅପେକ୍ଷାରେ ରହିବା ସହ ଯେନତେନ ପ୍ରକାରରେ ସମୟକୁ କାଟୁଛନ୍ତି । କେତେକ ମଧ୍ୟ କହୁଛନ୍ତି ଯେ, ଆମେରିକା, ଇଂଲଣ୍ଡ ଆଦି ଦେଶରେ ସରକାର ଲୋକମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରି ସଟ୍‌ଡାଉନ, ଲକ୍‌ଡାଉନ ଆଦି ଘୋଷଣା କରିଥିଲେ । ହେଲେ ଆମ ଦେଶ ଓ ରାଜ୍ୟରେ ସେପରି କିଛି ବ୍ୟବସ୍ଥା ନାହିଁ । ବରଂ ନିଜର ଆବଶ୍ୟକତାକୁ ନିଜେ ମେଂଟାଇବାକୁ ଯାଇ ଲୋକେ ବିଟ୍ରିଶ ସରକାରଙ୍କ ଠାରୁ ବଳି ପ୍ରହାର ଖାଇଛନ୍ତି ଓ ନିର୍ଯ୍ୟାତନା ପାଇଛନ୍ତି । ସରକାର ଗାଇଡ଼ ଲାଇନ ପରିବର୍ତନ ଆଳରେ ବାରମ୍ବାର ଆଇନ ବଦଳୁଛି ଓ ସେ ବାବଦରେ ସାଧାରଣ ଲୋକେ ଏତେଟା ଅବଗତ ମଧ୍ୟ ନୁହିଁନ୍ତି । ଘରେ ଫଟା ଅଧଲା ନ ଥିବା ବେଳେ ଓ ଗାଡିରେ ତେଲ ପକାଇବାକୁ ପଇସା ନ ଥିବା ବେଳେ ମାସ୍କ ପିନ୍ଧିବାକୁ ଭୁଲି ଯାଇଥିଲେ ବା ହେଲମେଟ ନେବାକୁ ଭୁଲି ଯାଇଥିଲେ ଫାଇନର ଭୟ ଅଧିକାଂଶକୁ ଘାରିଛି । ସରକାର ଯେତେ ଆଇନ କରୁଛନ୍ତି ସେଥିରେ ସାଧାରଣ ଲୋକଙ୍କ ଯେତେ ଲାଭ ନ ହେଉଛି ସେଗୁଡିକୁ ତଦାରଖ କରିବାକୁ ଥିବା ଅଧିକାରୀ ଓ କର୍ମଚାରୀ ଆଦି ସରକାରୀ ବାବୁମାନଙ୍କ ପାଇଁ ‘କଚେ ବାର’ ସଦୃଶ ତାହା ହେଉଛି । କରୋନା ବେଳେ ବହୁ ଅଧିକାରୀ ଓ ନେତାଙ୍କ ଅନୈତିକ ଆୟ ବେଶ ବଢ଼ିଯାଇଥିଲେ ହେଁ ସାଧାରଣ ଲୋକଙ୍କ ସମସ୍ୟା ଓ ଦୁଃଖ କିନ୍ତୁ ବହୁମାତ୍ରାରେ ବଢ଼ିଯାଇଛି । ଏହି ସମୟରେ ଟଙ୍କାର ବହୁ ଅପଚୟ ଘଟୁଥିବା ବେଳେ ସାଧାରଣ ଲୋକେ କିନ୍ତୁ ବହୁ ଅଭାବ ଅନଟନ ମଧ୍ୟରେ ଅଛନ୍ତି । ପରିସ୍ଥିତି ଏପରି ଏବେ ହୋଇଛି ଯେ, ସାଧାରଣ ଲୋକେ ଯାହା ଘଟିବାର ଥିବ ଘଟୁ ପଛେ ନିଜର କର୍ମକୁ ସୁଦୃଢ଼ କରି ବଂଚିବାର ରାହାକୁ ତ୍ୱରାନ୍ୱିତ କରିବାକୁ ବେଶି ପ୍ରାଧାନ୍ୟ ଦେବାରେ ଲାଗିଲେଣି । ବିଭିନ୍ନ ସ୍ଥାନରୁ ରାଜ୍ୟକୁ ଜୀବନ ବଂଚାଇବା ପାଇଁ ଫେରିଥିବା ବହୁ ପ୍ରବାସୀ ଏବେ ଜୀବିକା ଯୋଗାଡରେ ପୁନଶ୍ଚ ଅନ୍ୟ ରାଜ୍ୟକୁ ବାହୁଡିବାର ଯାତ୍ରା ଲାଗି ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏସବୁ ବିଷୟକୁ ହୃଦୟଙ୍ଗମ କରି କାର୍ଯ୍ୟ କ୍ଷେତ୍ରରେ ସଠିକ୍ ଭାବେ ଓ ଯଥାଶୀଘ୍ର ଲାଗୁ ହୋଇପାରିବା ଭଳି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରିବାକୁ ମତ ପ୍ରକାଶ ପାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close