‘କରୋନା’ ବେଳେ ଦାଉ ସାଜୁଛନ୍ତି କାଳିଆପାଣିର ଖଣି କର୍ତୃପକ୍ଷ, ଡମଶାଳା ଜଳ ପାଲଟିଛି ଘାତକ

କାଳିଆପାଣି, ୨୧/୦୯(ରବୀନ୍ଦ୍ର କୁମାର ଭଂଜଙ୍କ ଠାରୁ): ଯାଜପୁର ଜିଲ୍ଲାର ସୁକିନ୍ଦା କ୍ରୋମ ଖଣି ଉପତ୍ୟକା ଉନ୍ନତ ମାନର କ୍ରୋମାଇଟ ପାଇଁ ବିଶ୍ୱ ସ୍ତରରେ ବେଶ୍ ପରିଚିତ । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ କ୍ରୋମାଇଟ ଉତୋଳନ ହୋଇ ଦେଶ ବିଦେଶକୁ ରପ୍ତାନୀ ହେଉଛି । ହେଲେ ବହୁ ସମୟରେ ଅନୈତିକ ଉପାୟରେ ଖଣି କାର୍ଯ୍ୟ ହେଉଥିବାର ଅଭିଯୋଗ ସାଂଗକୁ ପରିବେଶ ସୁରକ୍ଷାରେ ଖଣି କର୍ତୃପକ୍ଷ ତତ୍ପର ନଥିବାର ଜଣାଯାଏ । ଏହି ଉପତ୍ୟକାର ଖଣିରେ ଝରୁଥିବା ଜଳରେ ବିଶାକ୍ତ ହେକ୍ସାଭାଲେଂଟ କ୍ରୋମିୟମ ଓ ନିକେଲ ମିଶିକରି ଥାଏ । ଏହାକୁ ୱାଟର ଟ୍ରିଟ୍‌ମେଂଟ ପ୍ଲାଂଟ ଜରିଆରେ ବିଶୋଧିତ କରି ବାହାରକୁ ଛଡାଯିବା କଥା । ମାତ୍ର ବହୁ ଖଣିରୁ ନିର୍ଗତ ଜଳକୁ ଟ୍ରିଟ୍‌ମେଂଟ ନ କରି ସିଧାସଳଖ ଖଣି ଅଂଚଳ ଦେଇ ପ୍ରବାହିତ ପାହାଡିଆ ନାଳୀ ‘ଡମଶାଳା’ରେ ଛାଡି ଦିଆଯାଉଥିବାର ଦେଖାଯାଉଛି । ଖଣିରେ ୱାଟର ଟ୍ରିଟ୍‌ମେଂଟ ପ୍ଲାଂଟ ବସିଥିଲେ କ’ଣ ହେବ ବିଜୁଳି ଶକ୍ତି, ଶ୍ରମିକ ଓ ଅନ୍ୟାନ ଖର୍ଚ୍ଚ କମାଇବା ପାଇଁ ବହୁ ସମୟରେ ଏପରି କରାଯାଉଥିବାର ଦେଖାଯାଉଛି । ଏହାକୁ ରୋକିବାକୁ/ଜଗିବାକୁ ଥିବା ସରକାରୀ ବାବୁମାନେ ସବୁ ଜାଣିଶୁଣି ମୋଟା ଅଙ୍କର ବଟି ଖାଇ ଚୁପ୍ ରହୁଥିବାର ଚର୍ଚ୍ଚା ଯୋର ଧରିଛି । ଖଣିରୁ ନିର୍ଗତ ଜଳକୁ ଆବଶ୍ୟକୀୟ ବିଶୋଧନ ନ କରି ସିଧାସଳଖ ‘ଡମଶାଳା’ରେ ଛାଡିବା ଦ୍ୱାରା ଡ଼ମଶାଳା ଓ ସ୍ଥାନୀୟ କେନାଲ ଜଳରେ ପ୍ରାୟ ୦୧ ଫୁଟ ବହଳର ନାଲି କ୍ରୋମିୟମ-ନିକେଲ ମିଶ୍ରିତ ସ୍ତର ବସିରହୁଥିବାର ଦେଖିବାକୁ ମିଳୁଛି । ଜଳରେ ଏହି ବିଶାକ୍ତ ପଦାର୍ଥ ମିଶିଲା ପରେ ତାହାକୁ ସ୍ଥାନୀୟ ଅଧିବାସୀମାନେ ବ୍ୟବହାର କରି ବହୁ ଜଙ୍କିଳ ବ୍ୟାଧି କ୍ୟାନସର୍‌, ଆଲର୍ଜି, ଥଣ୍ଡା, ଯକ୍ଷ୍ମା ଆଦିରେ ପଡ଼ିଥାନ୍ତି । ଏହି ମାରାତ୍ମକ ରୋଗରେ ମାଇନ୍ସ ଅଂଚଳର ବହୁ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଏହି ବିଶାକ୍ତ ଜଳ ବର୍ଷା ଦିନେ ଜମି ଉପରେ ମାଡି ଯାଉଥିବାରୁ ଏହି ଅଂଚଳର ଜମିସବୁ ଅନୁର୍ବର ହୋଇ ଚାଷ ଅନୁପଯୁକ୍ତ ହେଉଛି । ଅପରପକ୍ଷରେ କମ୍ପାନୀମାନେ ଖଣି ତାଡି କାରବାର କରି ବାର୍ଷିକ ଶହ ଶହ କୋଟି ଟଙ୍କା ଲାଭାଂଶ ପାଇ ଚାଲିଛନ୍ତି । ଏଣେ ସ୍ଥାନୀୟ ଜନସାଧାରଣ, ଆଦିବାସୀ ଓ ଶ୍ରମିକ ଶ୍ରେଣୀର ଲୋକେ ଏହି ଜଳ ଯୋଗୁ ବିଭିନ୍ନ ଅସୁବିଧାରେ ପଡ଼ିବା ସହ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି । ଏହାକୁ ନେଇ ବର୍ଷ ବର୍ଷ ଧରି ଅସନ୍ତୋଷ ଦେଖାଦେଇ ଆସୁଥିଲେ ହେଁ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡର ଅଧିକାରୀମାନେ ମାସେ ଦି ମାସରେ ଥରେ ଖଣିକୁ ପରିଦର୍ଶନରେ ଆସି ସେମାନଙ୍କ ଅତିଥିଶାଳାରେ ଅୟସ କରି ସବୁ ଠିକ୍ ଠାକ୍ ଅଛି ବୋଲି ଦର୍ଶାଇ ମୋଟା ଅଙ୍କର ବଟି ନେଇ ଫେରୁଥିବାର କଥା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଏବେ ବର୍ଷା ଦିନେ ଖଣିରୁ ପର୍ଯ୍ୟାପ୍ତ ପରିମାଣର ଜଳକୁ ଡ଼ମଶାଳାକୁ ଛଡାଯାଉଛି । ଏଣେ ‘କରୋନା’ ବିଶ୍ୱ ମହାମାରୀ ସମୟରେ ସ୍ୱଚ୍ଛ ପାଣି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣମାନଙ୍କୁ ଆହ୍ୱାନ ଦେଉଥିବା ବେଳେ ଏଠାକାର ଅଧିକାଂଶ ଅଧିବାସୀ କିଭଳି ଡ଼ମଶାଳାର ଦୂଷିତ ପାଣିକୁ ବ୍ୟବହାର କରି ବିପଦକୁ ନିମନ୍ତ୍ରଣ କରୁଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲଗେ । ଏହି ଧାରାକୁ ରୋକି ସ୍ଥାନୀୟ ଅଧିବାସୀଙ୍କୁ ଦୁରାସାଦ୍ଧ୍ୟ ରୋଗରୁ ରକ୍ଷା କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଖଣି ନିର୍ଦ୍ଦେଶାଳୟ, ଜୋନାଲ ଗ୍ରୀନ ଟ୍ରିବ୍ୟୁନାଲ, ରାଜ୍ୟ ଓ କେନ୍ଦ୍ର ପ୍ରଦ୍ୟୁଷଣ ବୋର୍ଡର ଉଚ୍ଚ ଅଧିକାରୀ ପ୍ରମୁଖ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ଉଠୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close