ଗୋଡ ହାତ ଛିଣ୍ଡି ପଡିଥିବା ପିତେଇ ଏବେ ସରକାର ପାଇଁ ବଡ ପ୍ରଶ୍ନବାଚୀ; ତଥାପି ଚାଲିଛି ପ୍ରଶାସନିକ ଚଂଚକତା

ଧର୍ମଶାଳା,୨୧/୦୯(ସୁମନ କୁମାର ରାୟଙ୍କ ଠାରୁ): ବାର୍ଦ୍ଧକ୍ୟ, ବୈଧବ୍ୟ, ଦାରିଦ୍ୟ ଓ ରୋଗର ବୋଝ ସାଙ୍ଗକୁ ନିଃସଙ୍ଗ, ନିଃସହାୟ, ଅସହାୟ ଜୀବନ ବଂଚୁଛନ୍ତି ପିତେଇ ମାଝୀ । ଉତ୍କଟ ଅର୍ଥାଭାବ କାରଣରୁ ଔଷଧ କିଣି ନ ପାରି କୁଷ୍ଠ ରୋଗରେ ଛିଣ୍ଡି ପଡିଛି ତାଙ୍କର ଗୋଡ ହାତ । ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିଷ୍ଠୁରତା ପାଇଁ ପିତେଇ କିନ୍ତୁ ସବୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ସ୍ୱର ଉଠାଇବା ପରେ ସରକାରୀ କଳର ନିଦ ଭାଙ୍ଗିଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗର ସୁଅ ବି ଛୁଟିଛି । ହେଲେ ପିତେଇ ଏବେ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପାଇଁ ଗୋଟିଏ ବଡ ପ୍ରଶ୍ନବାଚୀ ହୋଇପଡିଛି ।
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଆରୁହା ପଂଚାୟତର କୋହ୍ଲା ହିଞ୍ଜଳପାଟିଆ ଗାଁରେ ରହନ୍ତି ପିତେଇ ମାଝୀ । ପିତେଇଙ୍କୁ ବହୁବର୍ଷ ପୂର୍ବରୁ କୁଷ୍ଠ ରୋଗ ହୋଇଥିଲେ ବି ଅର୍ଥାଭାବରୁ ଔଷଧ ନ ପାଇ ଗୋଡର ପାଦ ହାତର ପାପୁଲି ଛିଣ୍ଡିଗଲା । ବିକଳାଙ୍ଗ ଭତା ପାଇଁ ନୀରକ୍ଷର ପିତେଇ ବହୁ ଅଧିକାରୀଙ୍କ ସହାୟତା ଲୋଡିଛି ହେଲେ କେହି ଶୁଣି ନାହାନ୍ତି । ଭଙ୍ଗା କୁଡିଆରେ ଜୀବନ ବିତାଉ ଥିବା ପିତେଇ ଆବାସ ଯୋଜନାରେ ଘର ଖଣ୍ଡେ ପାଇଲେ ନାହିଁ । ବିକଳାଙ୍ଗ ଭତା ପିତେଇ ପାଇଁ ସାତ ସପନ । ପିତେଇର ସ୍ୱାମୀ ବସନ୍ତ ବାର୍ଦ୍ଧକ୍ୟ ଭତା ପାଇବା ପାଇଁ ବହୁବାର ଆବେଦନ କରି ଆର ପାରିକୁ ଚାଲିଗଲେ ପଛେ ଭତା ପାଇଲେ ନାହିଁ । ଏପରିକି ବସନ୍ତ ଆଖି ବୁଜି ଆର ପାରିକୁ ଗଲା ପରେ ବି ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ମିଳିଲା ନାହିଁ । ସ୍ୱାମୀ ଯିବା ପରେ ହାତ ଗୋଡ ନ ଥିବା ବିଧବା ବୃଦ୍ଧା ପିତେଇ ପାଇଁ ଦୁନିଆରେ ଆଉ କେହି ନାହିଁ କହିଲେ ଚଳେ । ତଥାପି ଗାଁର ଆଦିବାସୀ ଲୋକେ ସହଯୋଗର ହାତ ବଢାଇ ପିତେଇକୁ ଦେଉଥିବା ଭିଖ ମୁଠାକରେ ପିତେଇର ଗଣ୍ଡେ ଖାଇ ଦଣ୍ଡେ ବଂଚେ । ଏହାପରେ ବି ପିତେଇଙ୍କୁ ରାସନ କାର୍ଡ ମିଳିନାହିଁ । ଏହି ପଂଚାୟତରେ କାହିଁ କାହିଁ ଥିଲାବାଲା ନକଲି ଗରୀବ ସାଜି ଆବାସ ଯୋଜନାରେ ଘର ଓ ରାସନ କାର୍ଡ ହାତେଇଛନ୍ତି । ସେଥିପାଇଁ ଏଥିନେଇ ସୂଚନା ଅଧିକାରରେ ତଥ୍ୟ ମାଗିଲା ପରେ ବି ପ୍ରଶାସନ କିନ୍ତୁ ତଥ୍ୟ ନ ଦେଇ ଆଣ୍ଠେଇଛି । ତେବେ ଏଥିନେଇ ସତୀଶ ସ୍ୱର ଉଠାଇବା ପରେ ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇବା ସହ ଏକ ପ୍ରଶାସନିକ ଦଳ ପିତେଇର ଘରେ ପହଂଚି ତଦନ୍ତ ଆରମ୍ବ କରିଛନ୍ତି । ପିତେଇର ସମସ୍ୟାକୁ ଫାଙ୍କିଦେବାକୁ ମଧ୍ୟ ତଦନ୍ତକାରୀ ଦଳ ତରଫରୁ ଖେଳ ଆରମ୍ବ ହୋଇ ଯାଇଛି । ତଦନ୍‌ୁସାରେ ପିତେଇ ରାସନକାର୍ଡ ପାଇଥିବା ସହ ତାକୁ ଅତୀତରେ ୨୫ ହଜାର ଟଙ୍କିଆ ଇନ୍ଦିରା ଆବାସ ମିଳି ଥିବାର ରିପୋର୍ଟ ପ୍ରସ୍ତୁତ ହୋଇଛି । ବାସ୍ତବତା ହେଉଛି ପିତେଇଙ୍କୁ ଯଦି ବି ଇନ୍ଦିରା ଆବାସ ମିଳିଛି, ତେବେ ଏ ବାବଦ ଅର୍ଥ ତାର ପରିବାର ପାଇନାହାନ୍ତି । ଏମାନଙ୍କ ନୀରକ୍ଷରତା ଏବଂ ସରଳତାର ସୁଯୋଗରେ ଅନ୍ୟ କେହି ଏହି ଅର୍ଥ ହଡପ କରିଛି ବୋଧହୁଏ । ତେବେ ପୂର୍ବରୁ ଦୀର୍ଘବର୍ଷ ତଳେ ଆବାସ ଯୋଜନାରେ ଗୃହ ପାଇଥିବା ଅନେକ ପରିବାର ଏହି ପଂଚାୟତରେ ପୁନଶ୍ଚ ଆବାସ ଯୋଜନାରେ ଗୃହ ପାଇଥିବା ବେଳେ ପିତେଇ ପରି ଅସହାୟ ପାଇଁ ଆଇନ କାର୍ଯ୍ୟକାରୀ ହେଉଛି । ସେହିପରି ପିତେଇ ତା’ର ଜୀବନରେ କେବେ ବି ରାସନ କାର୍ଡ ପାଇ ନଥିବା ବେଳେ ତାର ରାସନ କାର୍ଡଟି କିଏ ରଖିଛି ଏବଂ ସେହି କାର୍ଡରେ ଚାଉଳ ଉଠିଛି ନାଁ ନାହିଁ । ଯଦି କେବେ ଉଠିଛି ତେବେ ଏହା ଆଉ ଏକ ବଡ ଦୁର୍ନିତିର ସଂକେତ ଦେଉଛି । ପିତେଇ ଚାଉଳ ଉଠାଇ ନଥିବା ବେଳେ ତାର ଚାଉଳକୁ ଉଠାଇଥିବା ରିଟେଲର ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତଦନ୍ତରେ ଡୋରି ବାନ୍ଧିବାକୁ ଚେଷ୍ଠା କରୁଛନ୍ତି ତଦନ୍ତକାରୀ ଅଧିକାରୀ । ପୁନଶ୍ଚ ପିତେଇ କୁଆଡେ ଆଧାର କାର୍ଡ ଦେଇ ନ ଥିବାରୁ କିଛିଦିନ ପରେ ତାର ରାସନ ଚାଉଳ କଟି ଯାଇଥିବାର ମଧ୍ୟ କୁହାଯାଉଛି । ହେଲେ ଆଧାର ସଂଯୋଗ କରିବା ଦାୟୀତ୍ୱରେ ଥିବା ରିଟେଲର କିମ୍ବା ଅଧିକାରୀ କାହିଁକି ତାର ଆଧାର ଆଣିଲେ ନାହିଁ, ସେଥିନେଇ ମଧ୍ୟ ତଦନ୍ତ ଆଗଉ ନାହିଁ ବୋଲି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଆଜି ଉଦ୍‌ବେଗ ପ୍ରକାଶ କରି ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ନେଇ ଥିବା ଆନ୍ତରିକତା ଏବଂ ଅଙ୍ଗୀକାରବଦ୍ଧତାକୁ ବି.ଜେ.ଡି ନାମରେ ପ୍ରଭାବଶାଳୀ ହେଉଥିବା କେତେକ ରାଜନେତା ଚ୍ୟାଲେଞ୍ଜ କରୁଛନ୍ତି ବୋଲି ସତୀଶଙ୍କ ଅଭିଯୋଗ ସାଧାରଣରେ ଘୋର ଆଲୋଡନ ସୃଷ୍ଟି କରିଛି । ଏହି କ୍ଷମତାଶାଳୀମାନେ ହିଁ ଏଠାରେ ଯାବତୀୟ ଅନିୟମିତତା କରିବାକୁ ପ୍ରଶାସନକୁ ବାଧ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହାପରେ ସୂର୍ଯ୍ୟାଲୋକ, ଆଶାର ଆଲୋକ ପ୍ରଭୃତି ବହୁ ସ୍ୱେଚ୍ଛସେବୀ ଅନୁଷ୍ଠାନ ପିତେଇଙ୍କ ଘରେ ପହଂଚି ତାଙ୍କୁ ପ୍ରର୍ଯ୍ୟାପ୍ତ ପରିମାଣର ରିଲିଫ ପ୍ରଦାନ କରିବା ସହ ଦୁସ୍ଥ ମଣିଷଙ୍କ ସ୍ୱାର୍ଥରକ୍ଷା ନେଇ ମଧ୍ୟ ସତୀଶଙ୍କୁ ସାକ୍ଷାତ କରି ଆଲୋଚନା କରି ଫେରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close