ପାରାଦୀପ ତୈଳ ବିଶୋଧନାଗାର ତରଫରୁ ସ୍ଥାନୀୟ ଓ ଆଖପାଖ ଅଂଚଳର ସରପଂଚମାନଙ୍କୁ ନେଇ ବୈଠକ

ପାରାଦୀପ, ୧୯/୦୯(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ତୈଳ ବିଶୋଧନାଗାର ତରଫରୁ ବିଶୋଧନାଗାର ଆଖପାଖ ଓ ପଡୋଶୀ ଅଂଚଳର ସରପଂଚମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶୋଧନାଗାରର ସି.ଜି.ଏମ୍ (ଏଚ୍‌. ଆର) ଏ କେ ଭଗବତୀ ଉପସ୍ଥିତ ସରପଂଚମାନଙ୍କୁ ସେମାନଙ୍କ ‘କରୋନା’ ସମୟରେ ସହଯୋଗକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ । ସେମାନଙ୍କ ସହଯୋଗ ଯୋଗୁ ଲାଗୁ କରାଯାଇଥିବା ସଟ୍‌ଡାଉନ ଠିକ୍ ରୂପେ ସଂପାଦିତ ହେବା ସହ ପ୍ରାୟ ୮୦୦ ସ୍ଥାନୀୟ ଠିକା ଶ୍ରମିକଙ୍କୁ ବହୁ ପଂଚାୟତରେ ଥିôବା ବିଭିନ୍ନ ଟି.ଏମ.ସି କେନ୍ଦ୍ରରେ ରଖାଯାଇ ‘କରୋନା’ ସଂକ୍ରମଣକୁ ତୈଳ ବିଶୋଧନାଗାର ଅଂଚଳରେ ନିୟନ୍ତ୍ରିତ କରାଯାଇପାରିଛି । ବିଶେଷତଃ ଟି.ଏମ୍‌.ସି କେନ୍ଦ୍ରମାନଙ୍କରେ ଥିବା ଶ୍ରମିକମାନଙ୍କର ଉପଯୁକ୍ତ ଦେଖାଶୁଣା କରିବା ସହ ଆବଶ୍ୟକୀୟ ଖାଦ୍ୟ, ସ୍ୱଚ୍ଛତା, ପରିବହନ ଓ ଅନ୍ୟାନ ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦେଇଛନ୍ତି ଏହି ଅଂଚଳର ସରପଂଚମାନେ । ସେମାନଙ୍କ ସେବାପରାୟଣ ଓ ଦକ୍ଷତା ପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ଶ୍ରୀ ଭଗବତୀ କହିଛନ୍ତି । ଏହି ବୈଠକରେ ବିସ୍ତୃତ ଭାବେ ପରିବେଶ ନିୟନ୍ତ୍ରଣ ପଦକ୍ଷେପଗୁଡିକ ଉପରେ ବିଶୋଧନାଗାର ତରଫରୁ ଆଲୋଚନା କରାଯାଇ ଏଠାରେ ତାହାକୁ ପ୍ରଦର୍ଶିତ କରାଯାଇ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ ଏଥିରେ ସାମିଲ କରି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଥିଲା । ବିଶୋଧନାଗାର କର୍ତୃପକ୍ଷ ସି.ଇ.ଆର ଯୋଜନାରେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକ୍ରମ ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବାର ପରିଲକ୍ଷିତ ହେଉଛି । ସରପଂଚମାନଙ୍କୁ ସାମିଲ କରି ଅନୁଷ୍ଠିତ କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ବିଶେଷ ଭାବେ ପ୍ରଂଶସା ମିଳିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close