ଏଣିକି ବିନା ଏସି କୋଚରେ ଟ୍ରାକରେ ଗଡ଼ିବ ନାହିଁ କୌଣସି ଟ୍ରେନ

ଭୁବନେଶ୍ୱର ; ୧୯/୯ : ଖୁବଶୀଘ୍ର ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି , ଏଣିକି କମ ଖର୍ଚ୍ଚରେ ଟ୍ରେନର ଏସି କୋଚରେ ଯାତ୍ରା କରିପାରିବେ ସାଧାରଣ ଯାତ୍ରୀ । ଏଭଳି ଏକ ଖୁସିଖବର ଆଣିବାକୁ ଯାଉଛି ଭାରତୀୟ ରେଳ ବିଭାଗ। ରେଳବାଇର ଏଭଳି ବଡ ନିଷ୍ପତ୍ତି ସମାଜ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିବା ନେଇ ସୂଚନା ମିଳିଛି। ଜେନେରାଲ ଓ ସ୍ଲିପର କୋଚରେ ଲାଗିବ ଏସି , କୌଣସି ଟ୍ରେନ ବିନା ଏସିକୋଚରେ ଟ୍ରାକରେ ଗଡିପାରିବ ନାହିଁ । ସ୍ୱଳ୍ପ ଖର୍ଚ୍ଚରେ ସାଧାରଣ ଶ୍ରେଣୀର ଲୋକମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି । ସ୍ଲିପର କୋଚ ହେବ ଇକୋନୋମିକ ୩ଟାୟାର ଏସି କୋଚ। ପ୍ରତି କୋଚ ପ୍ରତି ଖର୍ଚ୍ଚ ହେବ ୩କୋଟି । ପ୍ରଥମ ପର୍ଯ୍ୟାୟରେ ୮୩ଟି ସିଟ ଥିବା ୨୩୦କୋଚ ତିଆରି ହେବ ବୋଲି ସୂଚନା ମିଳିଛି । ଜେନେରାଲ କୋଚରେ ସିଟ  ସଂଖ୍ୟାକୁ ବଢାଯାଇ ୧୦୦ସିଟ ବିଶିଷ୍ଟ କରାଯିବ । ଏଭଳି ଯୋଜନା ୨୦୦୪-୦୯ ବର୍ଷରେ କଂଗ୍ରେସ ଶାସନ କାଳରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ଆରମ୍ଭ କରାଯାଇଥିଲା । ସେହି ସମୟରେ ଗରିବରଥ ଟ୍ରେନର ଶୁଭାରମ୍ଭ ହୋଇଥିଲା । ବହୁ ଅଭିଯୋଗ ଆସିବାପରେ କୋଚ ତିଆରି ବନ୍ଦ କରି ଦିଆଯାଇଥିଲା । ପୁଣି ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close