କୋଭିଡ ନିୟମ ଉଲଙ୍ଘନ ପାଇଁ ଯାଜପୁରର ୩ ପେଟ୍ରୋଲ ପମ୍ପରୁ ୧୫ ହଜାର ପାଂଇନ ଆଦାୟ

ଯାଜପୁର, ତା ୧୮ା୯ : ପେଟ୍ରୋଲ ପମ୍ପ ଗୁଡିକରେ କୋଭିଡ ନିୟମର ଉଲଙ୍ଘନ ଆଶଙ୍କାରେ ଜିଲ୍ଳ୍‌ାପାଳ ଚଳ୍ରବର୍ତ୍ତୀ ସିଂ ରାଠୋର ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କୁ ଧରପଗଡ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକ ଉପରେ ତହସିଲଦାର ଶ୍ରୀ ପତି ଓ ତାଙ୍କ ଟିମ୍ ଧରପଗଡ ସମୟରେ ଅନେକ ସ୍ଥାନରେ ମାର୍ଗ ଦର୍ଶିକାର ଉଲଙ୍ଘନ ଦେଖିବାକୁ ପାଇଥିଲେ । ପେଟ୍ରୋଲ, ଡିଜେଲ ବିତରଣ କରୁଥିବା କର୍ମଚାରୀମାନେ, ଗ୍ରାହକମାନେ ମାସ୍କ ବ୍ୟବହାର କରୁ ନଥିବାରୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହିପରି ତୈଳ ନେବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ନିୟମିତ ଭାବେ ପରିସରକୁ ସାନିଟାଇଜ କରିବା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ଧରପଗଡରେ ହରଗୈାରୀ, ଶାନ୍ତି ଓ ଆନ୍ ପିଂଲିଂ ଷ୍ଟେସନରୁ ପନ୍ଦର ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ସହ ଭବିଷ୍ୟତରେ ନ ସୁଧୁରିଲେ ବା କୋଭିଡ ନିୟମ ଉଲଙ୍ଘନ କଲେ ଆଇନ ଅନୁସାରେ ପିଂଲିଂ ଷ୍ଟେସନକୁ ବନ୍ଦ କରି ଦିଆଯିବ ବୋଲି ଜିଲ୍ଳ୍‌ାପାଳ ସତର୍କ କରାଇ ଦେଇଚ୍ଥନ୍ତି । ଅପର ପକ୍ଷରେ ଅନ୍ୟ ସ୍ଥାନରେ ଥିବ ପିଂଲିଂ ଷ୍ଟେସନ ଗୁଡିକୁ ମଧ୍ୟ ନିୟମିତ ଧରପଗଡ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close