ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ବାର୍ଷିକରେ ସୁକିନ୍ଦା ବିଜେପିର ସେବା ସପ୍ତାହ ପାଳନ ଉପଲକ୍ଷେ ସମୂହ ଦୀପ ପ୍ରଜ୍ଜ୍ୱଳନ, ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ

ଯାଜପୁର, ୧୭/୦୯(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଭାରତର ମହାମାନ୍ୟ ଜନ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଦେଶବ୍ୟାପି ଚଳିତ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳିତ ହେଉଅଛି । ଏହି ଅବସରରେ ସୁକିନ୍ଦା ବିଜେପି ତରଫରୁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ହାତକୁ ନିଆଯାଇଛି । ଯଥା-ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ ଆଦି କାର୍ଯ୍ୟକ୍ରମ । ଆଜି ପୂର୍ବାହ୍ନରେ ସୁକିନ୍ଦାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଶୋକଝର ଠାରେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ (ଟୁଟୁ ବାବୁ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ସମୂହ ଦୀପ ପ୍ରଜ୍ଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଥିଲା । ଏହା ପରେ ଏହି ପର୍ଯ୍ୟଟନ ସ୍ଥଳୀ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ଯୁବ ବିଜେପି ନେତା ବିଶ୍ୱଜିତ୍ ରାଜ୍ (ବାବୁନି), ଉଦୟ ନାରାୟଣ ସିଂସାମନ୍ତ, ୩୮ନଂ. ସୁକିନ୍ଦା ଶିଳ୍ପାଚଂଳ ମଣ୍ଡଳ ସଂଯୋଜକ ସରୋଜ ବାରିକ, ଜୀତେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ପ୍ରଧାନ, ଶରତ ମହାନ୍ତ, ଶରତ ନାୟକ, ପୁରୁଷୋତମ ସାହୁ, ନିରଞ୍ଜନ ମହାନ୍ତ, ବୀରବର ସାହୁ, ଶ୍ରୀଧର ମହାନ୍ତ, ଇଶ୍ୱର ନାୟକ, ଧର୍ଯ୍ୟଧର ଦାସ, ରାହୁଲ ନାୟକ, ସଂଜୟ ଖୁଂଟିଆ, ସୈାମେନ୍ଦ୍ର ସିଂସାମନ୍ତ, କୈଳାସ ନାୟକ, ଦେବାଶିଷ ଖୁଂଟିଆ, କୃଷ୍ଣ ଚନ୍ଦ୍ର ମହାନ୍ତ, ପରମେଶ୍ୱର ମହାନ୍ତ, ପ୍ରଭାତ ଜେନା, ସୁନୀଲ ମହାନ୍ତ, ଅମ୍ବିକା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଠାରେ ସେବା ସପ୍ତାହ ପାଳନ କରିଥିଲେ । ଏହି ଅବସରରେ ବିଜେଡି ନେତ୍ରୀ ଜୟା ହେମ୍ବ୍ରମ ଓ କଂଗ୍ରେସ ନେତ୍ରୀ ଜୟନ୍ତି ମହାନ୍ତ ସେମାନଙ୍କ ନିଜ ଦଳ ଛାଡି ବିଜେପିରେ ଯୋଗ ଦାନ କରିଥିଲେ ଓ ବିଜେପି ନେତା ପ୍ରଦୀପ ବଳସାମନ୍ତ ଓ ବାବୁନି ରାଜ ସେମାନଙ୍କୁ ଦଳରେ ମିଶ୍ରଣ କରି ସ୍ୱାଗତ କରିଥିଲେ । ସେମାନେ ନିଜ ନିଜ ପ୍ରତିକ୍ରିୟାରେ ସେମାନଙ୍କୁ ମୂଳ ଦଳରେ ଅଣଦେଖା କରାଯାଉଥିବାର ଅଭିଯୋଗ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close