କେନ୍ଦ୍ରୀୟ ପ୍ରତିନିଧି ଦଳର ଯାଜପୁର ଜିଲ୍ଲା ଗସ୍ତ ଓ ବନ୍ୟା ସମୀକ୍ଷା

ଯାଜପୁର, ତା ୧୬ା୯ : ଯାଜପୁର ଜିଲ୍ଲାରେ ୨୦୨୦ ଅଗଷ୍ଟ ରେ ସଂଘଟିତ ପ୍ରଳୟଙ୍କରୀ ବନ୍ୟାର ଅନୁଧ୍ୟାନ ପାଇଁ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାରେ ପହଞ୍ଚିଚ୍ଥନ୍ତି । ବୁଧବାର ଅପରାହ୍ନରେ ରସୁଲପୁର ବ୍ଳ୍‌କ ବ୍ରହ୍ମବରଦା ଲଙ୍କାସାହି ଘାଇ ଅଂଚଳକୁ ପରିଦର୍ଶନ କରିବା ପରେ ସଂଧ୍ୟାରେ ସେମାନେ ଜିଲ୍ଲାରେ ପହଞ୍ଚିଥିଲେ ।ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବନ୍ୟାର ସ୍ଥିତି, କ୍ଷୟ କ୍ଷତି ସଂପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଜିଲ୍ଳ୍‌ାପାଳ ଚଳ୍ରବର୍ତ୍ତୀ ସିଂ ରାଠୋର କମିଟିକୁ ବିସ୍ତୃତ ସୂଚନା ଦେଇଥିଲେ । ଜିଲ୍ଳାର ପରିସ୍ଥିତି ସ୍ୱଭାବିକ ଥିବାବେଳେ ଅଗଷ୍ଟ ୨୬ ତାରିଖରେ ଅତି ପ୍ରବଳ ବର୍ଷା ହୋଇଥିଲା । ଯାଜପୁର ବ୍ଳକରେ ୧୪୮ ମି.ମି., ବିଂଝାରପୁରରେ ୧୬୬.୨ ମି.ମି., ଦଶରଥପୁରରେ ୧୨୧.୨ ମି.ମି., ରସୁଲପୁରରେ ୧୦୬.୪ ମି.ମି., ଧର୍ମଶାଳାରେ ୧୧୪ ମି.ମି., ବଡଚଣାରେ ୧୦୦ ଓ ବରୀରେ ୧୪୫.୪ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ବ୍ଳ୍‌କ ଗୁଡିକରେ ୧୦୦ ମି.ମି. ରୁ କମ୍ ବର୍ଷା ରେକର୍ଡ ହୋଇଥିଲା । ତେବେ ଯାଜପୁର ଜିଲ୍ଲା ଉପର ମୁଣ୍ଡ ଚମ୍ପୁଆରେ ଏହି ଦିନ ୨୦୧ ମି.ମି. , କେନ୍ଦୁଝରରେ ୧୫୮.୪ ମି.ମି. , ଆଖୁଆପଦାରେ ୮୧.୬ ମି.ମି. , ଆନନ୍ଦପୁରରେ ୧୦୮.୮ ମି.ମି. , ସ୍ୱାଇଁପାଟଣାରେ ୧୭୬.୪ ମି.ମି. ଓ ଠାକୁରମୁଣ୍ଡାରେ ୧୬୦ ମି.ମି. ବର୍ଷା ହେବା ପଂଳରେ ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ସେଥିପାଇଁ ପରବର୍ତ୍ତୀ ସମୟରେ ବୈତରଣୀ ସିଷ୍ଟମର ଆଖୁଆପଦା ଠାରେ ବିପଦ ସଂଙ୍କେତ ୧୭.୮୩ ମିଟର ଥିବା ସ୍ଥଳେ ୨୦.୦୪ ମିଟରର ବନ୍ୟା ଜଳ ପ୍ରବାହିତ ହୋଇଥିଲା । ସେହିପରି ବଲ୍ଳବୀ ଘାଟରେ ୧୩.୩୪ ମିଟର ସ୍ଥଳେ ୧୪.୪୦ ମିଟର, ଦଶରଥପୁର ଠାରେ ୯.୫୨ ମିଟର ସ୍ଥଳେ ୧୨ ମିଟରରେ ବନ୍ୟା ଜଳ ପ୍ରବାହିତ ହୋଇ ବଡ ବନ୍ୟା ସୃଷ୍ଟି କରିଥିଲା । ବ୍ରାହ୍ମଣୀ ସିଷ୍ଟମରେ ଜେନାପୁର ଠାରେ ବିପଦ ସଂକେତ ୬୭ ପୁଂଟ ସ୍ଥଳେ ୭୧.୯୦ ପୁଂଟର ଜଳ ପ୍ରବାହିତ ହୋଇଥିଲା । ଖରସ୍ରୋତା ନଦୀର ବିଂଝାରପୁର ଠାରେ ୧୦.୩୦ ମିଟର ବିପଦ ସ୍ତର ଥିବାବେଳେ ୧୦.୬୦ ମିଟର ଓ ସିଂହପୁର ଠାରେ ୬.୭୨ ମିଟର ସ୍ଥଳେ ୭.୧୦ ମିଟରର ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଅପର ପକ୍ଷରେ ବିରୁପା ନଦୀର ସାଊଡିଆ ଠାରେ ବିପଦ ସଂଙ୍କେତ ୧୦.୫୦ ମିଟର ସ୍ଥଳେ ୧୦.୪୫ ମିଟରରେ ଜଳ ପ୍ରବାହିତ ହୋଇଥିଲା । ବନ୍ୟା ପ୍ରସ୍ତୁତି ପାଇଁ ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନଙ୍କୁ ନେଇ ଅଗଷ୍ଟ ୨୬, ୨୮ ଓ ୩୦ ତାରିଖରେ ତିନିଥର ଉଚ୍ଚ ସ୍ତରୀୟ ବୈଠକ କରାଯାଇ ବନ୍ୟା ନିୟନ୍ତ୍ରଣ, ଉଦ୍ଧାର, ଥଇଥାନ, ରିଲିପଂ ବ୍ୟବସ୍ଥା, ମାଟି ଓ କଚ୍ଚା ଘରୁ ଲୋକ ମାନଙ୍କୁ ଉଦ୍ଧାର କରି ନିରାପଦ ବନ୍ୟା ଆଶ୍ରୟ ସ୍ଥଳମାନଙ୍କରେ ରଖିବା ସହ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ସ୍ତର ଠାରୁ ବ୍ଳ୍‌କ ସ୍ତର ପର୍ଯ୍ୟନ୍ତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ୫୭ଟି ବୋଟ ମୁତୟନ କରାଯାଇଥିଲା । ଲୋକମାନଙ୍କୁ ସତର୍କ ଓ ସଚେତନ କରାଇବା ପାଇଁ ଡାକବାଜି ଯନ୍ତ୍ର, ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲା । ଏନ୍‌.ଡି.ଆର.ଏପଂଋ ୩ ଟି, ଓଡ୍ରାପଂର ୪ ଟି, ଅଗ୍ନିଶମର ୧୭ ଟି ଟିମ୍ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ୯୬୮୨୫ ଲୋକଙ୍କୁ ପାଣି ଘେରରୁ ଓ ବିପଦ ସଙ୍କୁଳ ଅବସ୍ଥାରୁ ନିରାପଦ ସ୍ଥାନକୁ ଅଣାଯାଇଥିଲା । ବନ୍ୟା ଯୋଗୁ ୩୦ ଗୋଟି ଘାଇ ସୃଷ୍ଟି ହୋଇଥିଲା । ୩୦୪ ଟି ସ୍ଥାନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ୦୮ ଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳରେ ଲୋକ ମାନଙ୍କୁ ରଖାଯାଇଥିଲା । ଯେ ହେତୁ ବରୀ ବ୍ଳ୍‌କ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା, ସେଥିପାଇଁ ବରୀ ଲାଗି ସ୍ୱତନ୍ତ୍ର ପ୍ଳାନ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ମାଇକ୍ରୋ ପ୍ଳାନ କରାଯାଇ ୨୯ଟି ପଞ୍ଚାୟତ ପାଇଁ ୧୭ଟି ଟିମ୍ ଗଠନ କରାଯାଇଥିଲା । ଦୈନିକ ତାହାର ମନିଟରିଂ କରାଯିବା ସହ ରିଲିପଂ ବଣ୍ଟନ ଓ ଘର ଭଙ୍ଗାର ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିଲା । ଯାହାକୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ତଦାରଖ କରିଥିଲେ । ତତ୍ ସହିତ ସରକାର ଘୋଷଣା କରିଥିବା ପଚାଶ କେଜି ଚାଉଳ, ପାଞ୍ଚ ଶହ ଟଙ୍କାର ସହାୟତା ଜିଲ୍ଲାର ୬୯୫ ଗ୍ରାମର ୧୯୧୯୪ କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ୩୬୨୮୧ ସଂଖ୍ୟକ ପଲିଥିନ୍ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଇଚ୍ଥି । ସେହିପରି ୬୭୩.୭୫ ମେଟ୍ରିକ ଟନ୍ ଗୋ-ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଚ୍ଥି । ମୋଟ ଉପରେ ଜିଲ୍ଲାର ୩୧୧ ମଧ୍ୟରୁ ୨୫୮ ଟି ପଞ୍ଚାୟତର ୧୨୪୪ ଗାଁ ଓ ଯାଜପୁର ପୈାରାଞ୍ଚଳ ପ୍ରଭାବିତ ହୋଇଥିଲା । ୮୨୦ ଟି ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଅପରପକ୍ଷରେ ୨୨୯୦୯ ପକ୍ଷୀ ସମ୍ପଦଙ୍କର କ୍ଷତି ଘଟିଥିଲା । ୨ଟି ପକ୍କା ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ୪୫୭ଟି କଚ୍ଚା ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଚ୍ଥି । ୨ ଟି ପକ୍କା ଘର ଅଧିକ ପରିମାଣରେ ବା ସିଭିଅର ଭାବେ, ୧୭୦୮ଟି ପକ୍କା ଘର ଅଧିକ ମାତ୍ରାରେ, ୩୧୯ଟି ପକ୍କା ଘର ଆଂଶିକ, ୨୧୧୧୬ଟି କଚ୍ଚା ଘର ଆଂଶିକ ଭାବେ, ୩୪୪୧ଟି କୁଡିଆ କ୍ଷତିଗ୍ରସ୍ତ ଓ ୧୪୮୯୦ ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଚ୍ଥି । ୫୩୬ଟି ସ୍କୁଲ ଘର, ୨୨୭ଟି ଅଙ୍ଗନୱାଡି ଗୃହ, ୩୪୫ ଟି ସରକାରୀ କୋଠାବାଡି, ୧୧ ଟି ଗ୍ରାମ୍ୟ ଜଳ ଯୋଗାଣର ବିଲଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୯୧.୭୨୫ କି.ମି. ରାସ୍ତା ୧୭୮ ଟି ବ୍ରିଜ କଲଭର୍ଟ କ୍ଷତିଗ୍ରସ୍ତ ହୋଇଚ୍ଥି ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ସୂଚନା ଦେଇଥିଲେ । କମିଟିର ସଦସ୍ୟମାନେ ବିବିଧ ପ୍ରଶ୍ନ ମାଧ୍ୟମରେ ଅଧିକ ତଥ୍ୟ ହାସଲ କରିଥିଲେ । ଏହି ସମୀକ୍ଷା ବୈଠଳରେ କେନ୍ଦ୍ରୀୟ ଦଳର ସଦସ୍ୟ ଜଳ ସମ୍ପଦ ମନ୍ତ୍ରଣାଳୟର ସୁପରିନ୍‌ଟେଣ୍ଡିଂ ଇଂଜିନିୟର ଅମରିଶ ପାଲ ସିଂ, ରାଜ୍ୟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏସ୍‌. ମୁଥୁକୁମାର, ଜଳ ସମ୍ପଦ ବିଭାଗର ଉପଦେଷ୍ଟା ଯୁଗଳ କିଶୋର ତ୍ରିପାଠୀ, ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close