ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ଡୁବୁରୀ କପିଳେଶ୍ୱର ମନ୍ଦିରରେ ବିଜେପିର ପ୍ରସ୍ତୁତି ବୈଠକ
ଯାଜପୁର, ୧୫/୦୯(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସେପ୍ଟେମ୍ବର ୧୭ ତାରିଖରେ ୭୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ତାଙ୍କର ୭୦ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଆସନ୍ତା ୧୭ତାରିଖରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଆଜି ମଂଗଳବାର ପୂର୍ବାହ୍ନରେ ଡୁବୁରୀର କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ସୁକିନ୍ଦା ମଣ୍ଡଳ ବିଜେପି ସଭାପତି ତପୋଧନ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଜନମଂଗଳକାରୀ କାର୍ଯ୍ୟକ୍ରମଗୁଡିକ ବାରଗାଡ଼ିଆ, ଡୁବୁରୀ, ସାରଙ୍ଗପୁର, ଗୋବରଘାଟୀ, ସଂସାଇଲୋ, ଓଲଳ ଆଦି ୦୬ ଗୋଟି ପଂଚାୟତରେ କରାଯିବାକୁ ସ୍ଥିରୀକୃତ କରାଯାଇଛି । ଏହି ବୈଠଳରେ ବିଜେପିର ଯାଜପୁର ଜିଲ୍ଲା ଯୁବ ନେତା ବିଶ୍ୱଜିତ୍ ରାଜ୍(ବାବୁନି), ସୁକିନ୍ଦା ଶିଳ୍ପାଂଚଳ ମଣ୍ଡଳ ସଂଯୋଜକ ସରୋଜ ବାରିକ, ଯୁବ ନେତା ବଳଭଦ୍ର ରାଉତ, ରାଜକିଶୋର ବାରିକ, ଶୁଶାନ୍ତ ମହାନ୍ତ, କୃଷ୍ଣ ମହାନ୍ତ, ଦେବେନ୍ଦ୍ର ପ୍ରଧାନ, ପ୍ରଦୀପ ମହାନ୍ତ, ଟୁରାମ ପୂର୍ତି, ଅଭିମନ୍ୟୁ ଜେନା, ସୁମିତ୍ରା ହାଙ୍ଗରାଇ, ରଂଜନ ସିଂ ଦେଓ, ପ୍ରଫୁଲ୍ଲ ମହାନ୍ତ, ପରମାନନ୍ଦ ମହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସେମାନଙ୍କ ମତାମତ ରଖିଥିଲେ । ଶେଷରେ ପ୍ରସନ୍ନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।