ଜେନାପୁରରେ ଗଢା ହେଲା ସଚେତନ ସଂଗ୍ରାମୀ ମଞ୍ଚ

ଧର୍ମଶାଳା,୧୩/୦୯(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁରର ଗରିମାମୟ ସମୃଦ୍ଧ ଐତିହ୍ୟ ରହିଛି । ଏହି ଅଂଚଳର ସାମଗ୍ରିକ ବିକାଶ ଏବଂ ପଛରେ ପଡି ଯାଇଥିବା ଦଃୁସ୍ଥ ଓ ଦଃଖୀ ମଣିଷଙ୍କ ସ୍ୱରକୁ ଅଧିକ ମଝବୁତ କରିବା ସହ ଜେନାପୁରର ଗୌରବ ବୃଦ୍ଧି ପାଇଁ ଏକ ‘ସଚେତନ ସଂଗ୍ରାମୀ ମଞ୍ଚ ଜେନାପୁର’ ଗଠିତ ହୋଇଛି । ଏହି ଅବସରରେ ପଣସପଡିଆରେ ଅନୁଷ୍ଠିତ ବୈଠକରେ ଧର୍ମଶାଳାର ବି.ଜେ.ଡି ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେବଳ ସେବା ହିଁ ମଣିଷ ଜୀବନର ସବୁଠାରୁ ବଡ ସମ୍ପଦ ଏବଂ ଏହା ଆତ୍ମା ସହ ଚିରସ୍ଥାୟୀ ସମ୍ପଦ ଭାବେ ରହିଥାଏ ବୋଲି କହିଥିଲେ । ସେ କହିଥିଲେ ଯେ, ଅତୀତରେ ବ୍ୟବସାୟିକ ପ୍ରାଣକେନ୍ଦ୍ର ଥିବା ଜେନାପୁର ଓଡିଶାର ଏକ ପ୍ରମୁଖ ସ୍ଥାନ ଥିଲା । ହେଲେ ଏବେ ଏଠାରେ ଚାଷୀମାନେ ଜମିକୁ ଜଳ ପାଉ ନ ଥିବା ବେଳେ ପିଇବାକୁ ମୁନ୍ଦାଏ ଭଲ ପାଣି ମିଳେ ନାହିଁ । ଗରୀବଟିଏ ରାସନ କାର୍ଡରେ ଚାଉଳ ପାଉ ନ ଥିବା ବେଳେ ୭୦ ବର୍ଷର ବୃଦ୍ଧା ଭତା ମଧ୍ୟ ପାଏ ନାହିଁ । ଅପର ପକ୍ଷରେ ଗରୀବଙ୍କ ସରକାରୀ ସୁବିଧାକୁ କିଛି ଧନୀ ତଥା ପ୍ରଭାବଶାଳୀମାନେ ନକଲି ଗରୀବ ସାଜି ଲୁଟି ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସର୍ବଦା କ୍ଷମତା ଓ ପ୍ରତିପତି ମୂଲ୍ୟହୀନ ବୋଲି ମତ ରଖିବା ସହ ଗରୀବଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ସମଗ୍ର ଦେଶରେ ସେ ଏକ ଦୃଷ୍ଟାନ୍ତ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଗତ ଭାବେ ତାଙ୍କର ସେବା କରିବାର ଆହ୍ୱାନକୁ ସଫଳ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ, ଭ୍ରଷ୍ଟାଚାର ବିରୋଧରେ ସାଲିସ ବିହୀନ ସଂଗ୍ରାମ ଏହି ମଂଚର ମୂଳ ଲକ୍ଷ୍ୟ ହେବ ବୋଲି କହିଥିଲେ । ଏହି ବୈଠକରେ ସର୍ବସମ୍ମତକ୍ରମେ ରମେଶ ଚନ୍ଦ୍ର ପରିଡା- ସଭାପତି, ପ୍ରେମଚାନ୍ଦ ମହାନ୍ତି – ସମ୍ପାଦକ, ଗୋପବନ୍ଧୁ କବି, ମଙ୍ଗୁଳି ଭୂୟାଂ, ମୃତ୍ୟୁଞ୍ଜୟ ସିଂ- ଉପସଭାପତି, ପ୍ରେମାନନ୍ଦ ପରିଡା, ନୀରଞ୍ଜନ ସାହୁ, ମାନସ କବି- ସହସଂପାଦକ, ବାବାଜି ମହାରଣା- କୋଷାଧ୍ୟକ୍ଷ, ପ୍ରଦୀପ ମହାନ୍ତି ଓ ବିଶ୍ୱମ୍ବର ପୁରୀଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି । ପରବର୍ତି ବୈଠକରେ ଜେନାପୁରର ପ୍ରତ୍ୟେକ ୱାର୍ଡର ସଂଗ୍ରାମୀମାନଙ୍କୁ ଏଥିରେ ସଭ୍ୟ କରାଯିବା ସହ ଆବଶ୍ୟକ କ୍ଷେତ୍ରରେ କର୍ମକର୍ତା ମଣ୍ଡଳୀ ସଂପ୍ରସାରଣ କରାଯାଇ କାର୍ଯ୍ୟକାରୀ କମିଟିରେ ନିଆଯିବ ବୋଲି ସଭାପତି ଏବଂ ସଂପାଦକ ମତ ପ୍ରକାଶ କରିଛନ୍ତି । ଜେନାପୁର ଅଂଚଳରେ ରାସନ ସମଗ୍ରୀ, ବାର୍ଦ୍ଦକ୍ୟ ଓ ବିଧବା ଭତା, ଶ୍ରମିକ କାର୍ଡ ଥାଇ ଆବଶ୍ୟକ ସୁବିଧାରୁ ବଂଚିତ ହେଉଥିବା ଗରୀବଙ୍କ ପାଇଁ ମଂଚଞ୍ଚବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି ସ୍ୱର ଉଠାଇବା ସହ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିବାକୁ ସ୍ଥିର ହୋଇଛି । ଏହାପରେ ଚାଷୀମାନେ ଦୀର୍ଘଦିନ ଧରି ଜଳକର ଦେଇ ଜମିକୁ ଜଳ ନ ପାଇବା ଏବଂ ବର୍ଷା ଦିନେ ଜଳ ନିଷ୍କାସନ ନ ହେବାରୁ ଫସଲ କ୍ଷତି ହେବା ନେଇ ବିଭାଗୀୟ ସର୍ବୋଚ୍ଚ ଅଧିକାରୀଙ୍କ ନିକଟରେ ସମସ୍ୟା ଉପସ୍ଥାପନ କରିବାକୁ ନିଷ୍ପତି ବୈଠକରେ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close