ହୃଦ୍‌ଘାତରେ ଯୋଡାବରର ମୂରଲି ବିଶ୍ୱାଳଙ୍କ ପରଲୋକ, ବ୍ୟାସନଗରରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ବଢ଼ୁଛି

ବ୍ୟାସନଗର, ୧୨/୦୯( ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରାଂଚଳରେ ଗତ କିଛି ଦିନ ହେଲା ‘କରୋନା’ ଯେତିକି ଭୟ ସୃଷ୍ଟି ନ କରିଛି ତା’ଛଡ଼ା ବିଭିନ୍ନ ରୋଗରେ ଅଚାନକ କେତେକ ଅଳ୍ପ ବୟସ୍କ ଓ ମଧ୍ୟ ବୟସ୍କଙ୍କ ମୃତ୍ୟୁ ଯୋଗୁ ସହରରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ କାଲି ସନ୍ଧ୍ୟାରେ ୦୨ନଂ. ୱାର୍ଡର ସଦାଶିବ ପ୍ରଧାନ ନାମକ ଜଣେ ଯୁବକ ଫେରୋକ୍ରୋମ କ୍ଲବରେ ବ୍ୟାଡ୍‌ମିଂଟନ ଖେଳୁଥିବା ବେଳେ ଅଚାନକ ତଳେ ପଡ଼ି ମୃତ୍ୟୁବରଣ କରିଥିବା ବେଳେ ଆଜି ସନ୍ଧ୍ୟାରେ ୦୧ନଂ. ୱାର୍ଡ ଯୋଡାବରର ମୂରଲିଧର ବିଶ୍ୱାଳ (ମୂଳିଆ) ୫୮ଙ୍କ ମଧ୍ୟ ଦୃଦ୍‌ଘାତରେ ମୃତ୍ୟୁ ହୋଇଥିବାର ଜଣାଯାଇଛି । ସୂଚନାଯୋଗ୍ୟ, ମୂରଲିଧର ଆଜି ସକାଳେ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରି ସ୍ଥାନୀୟ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ଯାଇଥିଲେ । ହେଲେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି । ଆଜକୁ ୭-୮ଦିନ ତଳେ ଏହି ଗ୍ରାମର ବରିଷ୍ଠ କଂଗ୍ରେସ ନେତା କୈଳାସ ପହିଙ୍କର ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ସହର ଓ ଆଖପାଖ ଅଂଚଳର କିଛି ମୁରବି ଶ୍ରେଣୀର ଲୋକଙ୍କ ବି ଏହାରି ମଧ୍ୟରେ ପରଲୋକ ହୋଇଛି । କରୋନାରେ ୦୨ଜଚ୍ଚଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସହର ଓ ଆଖପାଖ ଅଂଚଳରେ କରୋନା ସଂକ୍ରମଣ ବଢ଼ୁଥିବା, ଲୋକଙ୍କ ଜୀବନ ଜୀବିକା କ୍ରମଶଃ କଷ୍ଟକର ହେଉଥିବା ବେଳେ ଏପରି ଅସ୍ୱାଭାବିକ ଓ ଅପମୃତ୍ୟୁ ବଢ଼ିବା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close