ଲୋକପ୍ରିୟ ଯାତ୍ରା ଖଳନାୟକ ମହେନ୍ଦ୍ର ଦାସ ( ଭିକୁ ସେଠ ) ଙ୍କର ଦେହାନ୍ତ ।

କଟକ , ୧୨/୯ : ଯାତ୍ରା ଜଗତର ମହାନାୟକ , ଖଳନାୟକ ରୂପେ ପରିଚିତ ମହେନ୍ଦ୍ର ଦାସଙ୍କର ନିଜ ଚୌଦ୍ୱାର ସ୍ଥିତ ବାସଭବନରେ ୫୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ସୂଚନାନୁଯାୟୀ ଯାତ୍ରା ଦୁନିଆରେ ସେ ଜଣେ ପ୍ରତିଷ୍ଠିତ ଖଳନାୟକ ଭାବରେ କାମ କରିଆସୁଥିଲେ , ଜନତା ଅପେରାର ନାଟକ ‘ଶାଗୁଣା ବସିଛି ଡେଣା ମେଲାଇ’ ରେ ବହୁଚର୍ଚିତ ରହି ଭିକୁସେଠ ନାମରେ ଲୋକପ୍ରିୟ ହୋଇଥିଲେ । ଯାତ୍ରା ସାତଶଙ୍ଖରୁ ନିଜ କେରିଅର ଆରମ୍ଭକରି ସେ ଖଳନାୟକ ଭାବରେ ତାରାପୁର ଅପେରା , କଳିଙ୍ଗ , କୋଣାର୍କ , ବାଘାଯତୀନ , ଶିବାନୀ , ଧଉଳି ,  ତୁଳସୀ, ଗୌରୀ ଆଦିରେ ନିଜ ଭୂମିକା ନିଭାଇଥିଲେ । ତାଙ୍କର ଅଭିନୟରେ ଜନସମାଜ ଉତ୍ସାହିତ ହେଉଥିଲେ । ତାଙ୍କ ଖଳନାୟକ ଅଭିନୟ ସାରା ଓଡ଼ିଶାରେ ତଥା ଯାତ୍ରା ଜଗତରେ ଏକ ଉଦାହରଣ ସୃଷ୍ଟି କରିଛି । ଯାତ୍ରା ପ୍ରେମୀ ଜନ ମାନସକୁ ସେ ଶୋକସାଗରରେ ଭସାଇ ଦେଇ ଚାଲିଯାଇଛନ୍ତି । ଯାତ୍ରାରେ ଅଭିନୟ ସଙ୍ଗେ ସଙ୍ଗେ ସେ ଓଡ଼ିଆ ସିନେମା ‘ଯଶୋଦା’ ରେ ବି ଚର୍ଚ୍ଚିତ ଥିଲେ । ତାଙ୍କର ସ୍ମୃତି ସବୁଦିନ ପାଇଁ ମନେରହିଥିବା । ଏହି ଦୁଃଖଦ ସ୍ଥିତିରେ ତାଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close