ବ୍ୟାଡ୍‌ମିଂଟନ ଖେଳୁଥିବା ବେଳେ ବ୍ୟାସନଗର ବାଙ୍କିସାହିର ଯୁବକ ସଦାଶିବଙ୍କ ହୃଦ୍‌ଘାତରେ ପରଲୋକ

ବ୍ୟାସନଗର, ୧୧/୦୯: ସ୍ଥାନୀୟ ବ୍ୟାସନଗର ପୈାରାଂଚଳର ୦୨ନଂ. ୱାର୍ଡ଼ ଅର୍ନ୍ତଗତ ବାଙ୍କିସାହିର ଯୁବକ ସଦାଶିବ ପ୍ରଧାନ (ଶିବ), ୪୨ ବର୍ଷଙ୍କ ହୃଦ୍‌ଘାତରେ ଆଜି ରାତ୍ର ୮ଟା ପାଖାପାଖି ସମୟରେ ପରଲୋକ ହୋଇଯାଇଥିବାର ଜଣାଯାଇଛି । ସୂଚନାଯୋଗ୍ୟ, ଶିବ ଆଜି ସନ୍ଧ୍ୟାରେ ସ୍ଥାନୀୟ ଫେରୋକ୍ରୋମ କାରଖାନା ଏମ୍ପ୍ଲଇଜ୍ କ୍ଲବରେ ବ୍ୟାଡ୍‌ମିଂଟନ ଖେଳୁଥିଲେ । ମାତ୍ର ୧୦ ମିନିିଟ୍ ଖେଳିବା ପରେ ୭ଟା ୪୫ ମିନିଟ୍ ସମୟରେ ସେ ସର୍ଭିସ କରିବାକୁ ଯାଉଥିଲେ । ଏହି ସମୟରେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ କଚାଡି ହୋଇ ପଡ଼ିଯାଇଥିଲେ । ସାଥି ଖେଳାଳୀ ଓ କ୍ଲବରେ ଥିବା ଅନ୍ୟମାନେ ଦୈାଡି ଆସି ଶିବକୁ ଫୁଙ୍କିବା ଓ ପାଣି ସିଚଂବା ଆଦି କରିବା ସହ ଫେରୋକ୍ରୋମ କଲୋନୀରେ ରହୁଥିବା ଫାର୍ମାସିଷ୍ଠଙ୍କୁ ଡକାଇ ପରୀକ୍ଷା କରିଥିଲେ । ଏହି ସମୟରେ ତାଙ୍କର ଶ୍ୱାସ କ୍ରିୟା ଚାଲିଥିଲା ଓ ତୁରନ୍ତ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯିବାକୁ ଫାର୍ମାସିଷ୍ଠ କହିଥିଲେ । କରୋନା ପାଇଁ ଏହି ଅଂଚଳରେ ଆଉଡ଼ଡୋର ବନ୍ଦ ଥିବାର କୁହାଯାଉଥିଲେ ମଧ୍ୟ ଇମରଜେନ୍ସି ବିଭାଗ ଖୋଲା ରହୁଛି । ସଂଗେ ସଂଗେ ସାଥି ଓ ସାହିର କିଛି ବ୍ୟକ୍ତି ଏକ ଗାଡି ଯୋଗାଡ କରି ଦାନଗଦି ମେଡିକାଲକୁ ନେବା ବାଟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ସଦାଶିବ କଳିଙ୍ଗନଗର ଶିଳ୍ପାଂଚଳର ରାଷ୍ଟ୍ରାୟତ ନିଗମ ‘ନୀଳାଚଳ ଇସ୍ପାତ’ କାରଖାନାରେ ‘ୱିଣ୍ଡ୍‌ଟେକ୍‌’ ନାମକ ଏକ ଠିକା ସଂସ୍ଥା ଅଧିନରେ ଜଣେ ଯୋଗାଣ କର୍ମଚାରୀ ଥିଲେ । କାରଖାନା ଗତ ଏପ୍ରିଲ ମାସରୁ ବନ୍ଦ ହୋଇଯାଇଛି । ଶିବ ଗତ ଏପ୍ରିଲ ମାସରୁ ଚାକିରୀ ହରାଇବା ସହ ୦୮ ମାସ ହେଲା ଦରମା ନ ପାଇଁ ଚିନ୍ତାରେ ଥିବାର ସାହିର କେତେକ ଯୁବକ କହିଛନ୍ତି । ଶିବ ଜଣେ ଶାନ୍ତ ସ୍ୱଭାବର ଯୁବକ ଥିଲେ । ତାଙ୍କର ଗୋଟିଏ ଛୋଟ ଝିଅ ଓ ଗୋଟିଏ ଛୋଟ ପୁଅ, ସ୍ତ୍ରୀ, ବାପ, ମାଆ ଓ ଜଣେ ଭାଇ ଅଛନ୍ତି । ପ୍ରାୟ ଅଧିକାଂଶ ପରିବାର ସଦସ୍ୟ ଏବେ ବାହାରେ ଅଛନ୍ତି ।   

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close