ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟସରକାର
ଭୁବନେଶ୍ୱର , ୧୦/୯ : ରାଜ୍ୟସରକାର ପ୍ରଶାସନିକ ସ୍ତରରେ କିଛି ଅଦଳ ବଦଳ କରିଛନ୍ତି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି । ଯାଜପୁର ଜିଲ୍ଲାପାଳ ଭାବରେ ଚକ୍ରବର୍ତ୍ତୀ ସିଂ ରାଠୋର ଙ୍କୁ ନିଯୁକ୍ତି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଜାରି ବିଜ୍ଞପ୍ତିର ସୂଚନାନୁଯାୟୀ ବଲାଙ୍ଗୀର ଜିଲ୍ଲାପାଳ ଅରିଂଦମ ଡାକୁଆ ହେଲେ ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ,ଚଞ୍ଚଳ ରଣା ହେଲେ ବଲାଙ୍ଗୀର ଜିଲ୍ଲାପାଳ ,ସିଦ୍ଧାର୍ଥ ସ୍ବାଇଁ ହେଲେ ଅନୁଗୁଳ ଜିଲ୍ଲାପାଳ , ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ହେଲେ ରାଜସ୍ବ ଓ ବିପର୍ଯୟର ଅତିରିକ୍ତ ସଚିବ , ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ ଜଳ ସମ୍ପଦ ବିଭାଗର ଉପସଚିବ , ମୟୁରଭଞ୍ଜ ଏ ଡ଼ି ଏମ ସ୍ୱଧା ଦେବ ସିଂ ହେଲେ ନୂଆପଡା ଜିଲ୍ଲାପାଳ , ବ୍ରହ୍ମପୁର ଉପଜିଲ୍ଲାପାଳ ଦାତାତ୍ରେୟ ହେଲେ ଗଞ୍ଜାମ ପିଡ଼ି ଡ଼ି ଅର ଡ଼ି ଏ , କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦାଇତ୍ୱ ଦିଆଯାଇଛି ,ଗଜପତି ଓଏସ୍ଡ଼ି ଯେ ସୋନାଲଙ୍କୁ ଗୁଣପୁର ଉପଜିଲ୍ଲାପାଳ ପଦରେ ନିଯୁକ୍ତି ଦିଆଯାଇଛି ।