ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁ ଡାକ୍ତର, ନର୍ସ ଓ କର୍ମଚାରୀ କରୋନା ସଂକ୍ରମିତ

?S

ବ୍ୟାସନଗର, ୦୯/୦୯: ଗତ କିଛି ଦିନର କରୋନା ପରୀକ୍ଷାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ବ୍ୟାସନଗର ସହରରେ କରୋନା ସଂକ୍ରମଣ ଢ଼େର ବଢ଼ିଯାଇଛି । ସହରର ଅଧିକାଂଶ ବ୍ୟାଙ୍କ କର୍ମଚାରୀ, ପୋଲିସ କର୍ମଚାରୀ, ମେଡିକାଲ କର୍ମଚାରୀ, ବ୍ୟାସନଗର ପୈାର ପରିଷଦର ବହୁ କର୍ମଚାରୀ, ଅନ୍ୟାନ ସରକାରୀ କର୍ମଚାରୀ, ବ୍ୟବସାୟୀ ଆଦିଙ୍କ ସଂକ୍ରମଣ ସଂଖ୍ୟା ବେଶ୍ ଲମ୍ବିବାରେ ଲାଗିଛି । ସ୍ଥାନୀୟ ଶ୍ରମ ବିଭାଗର ଜଣେ ଅଧିକାରୀ ସଂକ୍ରମଣ ହେବା ପରେ ଅଫିସକୁ ବନ୍ଦ ରଖାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୦୬ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଛୁଟିରେ ଯାଇଛନ୍ତି । ଅନ୍ୟ ୦୫ ଜଣ ଡାକ୍ତରଙ୍କ ମଧ୍ୟରୁ ୦୩ ଜଣ ସଂକ୍ରମିତ ହୋଇଛନ୍ତି । ୦୩ ଜଣ ଷ୍ଟାଫ୍ ନର୍ସ, ୦୨ ଜଣ ଏ.ଏନ୍‌.ଏମ, ଜଣେ ଆଟେଣ୍ଡାଂଟ, ଡ୍ରାଇଭର ଆଦିଙ୍କୁ ମିଶାଇ ମୋଟ ପ୍ରାୟ ୪୦-୫୦ଜଣ ଡାକ୍ତର/କର୍ମଚାରୀଙ୍କ ମଧ୍ୟରୁ ୧୪ ଜଣ କରୋନାରେ ସଂକ୍ରମିତ ହୋଇଥିବାରୁ ଡ଼ାକ୍ତରଖାନାକୁ କିଛି ଦିନ ବନ୍ଦ ରଖି ସାନିଟାଇଜେସନ୍ କରିବାକୁ ୨-୩ ଦିନ ତଳେ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବାର ଜଣାଯାଇଛି । ଫଳରେ ବ୍ୟାସନଗର ପୈାରାଂଚଳ ସହିତ ଆଖପାଖ ଅଂଚଳରେ ଆଗକୁ ରୋଗୀ ସେବା ବ୍ୟାହତ ହେବାର ଆଶଙ୍କା ଦେଖାଦେଇଛି । ଏବେର ସ୍ଥିତିକୁ ଦେଖି ଅନେକ ଆଶଙ୍କିତ ହୋଇଛନ୍ତି । ବ୍ୟବସାୟୀଙ୍କ ଠାରେ କରୋନା ସଂକ୍ରମଣର ମାତ୍ରା ଅଧିକ ଦେଖାଯାଉଥିବା ବେଳେ କରୋନା ଯୋଦ୍ଧା ଭାବେ ବିବେଚିତ ହେଉଥିବା ଡ଼ାକ୍ତର ଓ ମେଡିକାଲ କର୍ମଚାରୀମାନେ ଏଥିରେ ବେଶି ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢ଼ିଯାଇଛି । ସହରର ଜଣେ ଫଟୋ ଷ୍ଟୁଡିଓ ମାଲିକ ଓ ଜଣେ ପରିବା ଦୋକାନୀ ଏଥିରେ ମୃତ୍ୟୁବରଣ କରିଛନ୍ତି । ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ.ପି.ଡି (ବର୍ହି ରୋଗୀ ସେବା) ବିଭାଗକୁ ଚଳିତ ୦୪, ୦୫ ଓ ୦୬ ତାରିଖ ୦୩ ଦିନ ପାଇଁ ବନ୍ଦ କରାଯାଇଥିଲା । ୦୧ ଲକ୍ଷରୁ ଉର୍ଦ୍ଧ ଜନ ସଂଖ୍ୟା ବିଶିଷ୍ଟ ବ୍ୟାସନଗର ସହର ଓ ଏହାର ଆଖପାଖ ପଡ଼ୋଶୀ ଅଂଚଳର ବହୁ ଲୋକେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ । ଡ଼ାକ୍ତରଙ୍କ ସମେତ ମେଡିକାଲ କର୍ମଚାରୀମାନେ କରୋନା ସଂକ୍ରମିତ ହେଉଥିବାରୁ କିଛି ଦିନ ପାଇଁ ସହରରେ ଏକ ପ୍ରକାରର ରୋଗୀ ସେବା ଭୂଷିଡି ପଡିବ ବୋଲି ଆକଳନ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close