ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ୮ ମାସ ହେଲା ଭେଷଜ ବିଶେଷଜ୍ଞ ପଦ ଖାଲି; ରୋଗୀ ହନ୍ତସନ୍ତ

ଆନନ୍ଦପୁର, ୮।୯: ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ପଦ ୮ ମାସ ହେବ ଖାଲିପଡ଼ିଥିବା ଜଣାପଡ଼ିଛି । ସୂଚନାରୁ ଜଣାଯାଏ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ଧରୀ ଜଣେ ଭେଷଜ ବିଶେଷଜ୍ଞ ଭାବେ ଡ଼. ପ୍ରମୋଦ କୁମାର ବେହେରା ଯୋଗ ଦେଇ କାମ କରୁଥିବା ବେଳେ ଗତ ଅକ୍ଟୋବର ମାସ ଶ୍ରୀ ବେହେରାଙ୍କର ସୁଦୁର କୋରାପୁଟକୁ ବଦଳି ହୋଇଥିବା ବେଳେ ଦୀର୍ଘ ଦିନ ଧରୀ ଉକ୍ତ ସ୍ଥାନରେ ଯୋଗଦେଇ ନ ଥିଲେ । ଉକ୍ତ ସ୍ଥାନରେ ଖୋର୍ଦ୍ଧାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଜଣେ ଭେଷଜ ବିଶେଷଜ୍ଞ ନିରାକାର ପାଲ୍ ଆସି ଅକ୍ଟୋବର ମାସ କ।ର‌୍ୟ୍ୟରେ ଯୋଗ ଦେଇଥିବା ବେଳେ ଆନନ୍ଦପୁର ବାସୀ ଜଣେ ଭେଷଜ ବିଶେଷଜ୍ଞକୁ ପାଇଥିବାରୁ ରୋଗୀଙ୍କ ସହିତ ଆନନ୍ଦପୁର ଡାକ୍ତରଖାନା କର୍ମଚାରୀଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଥିଲା, ହେଲେ ଦୁ୮ର୍ଭ।ଗ୍ୟର ବିଷୟ ଭେଷଜ ବିଶେଷଜ୍ଞ ନିରାକାର ପାଲ୍‌ଙ୍କର ପ୍ରମୋସନ ହୋଇଯିବାରୁ ଗତ ଫେବୃଆରୀ ମାସ ତାଙ୍କର ବଦଳି ହୋଇଯାଇଛି । ଫଳରେ ଉପଖଣ୍ଡ ଚିକିତ୍ସାଳୟରେ ଭେଷଜ ବିଶେଷଜ୍ଞ ପଦ ଖାଲିପଡ଼ିଛି । ରୋଗୀମାନେ ଭେଷଜ ବିଶେଷଜ୍ଞ ନ ଥିବାରୁ ଦୀର୍ଘ ୮ ମାସ ହେଲା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏସମ୍ପର୍କରେ ଉପଖଣ୍ଡ ଚିକିତ୍ସାଧିକାରୀ ଧନେଶ୍ଵର ସେଠୀଙ୍କୁ ପଚାରିବାରୁ ସେ ସବୁ ସରକାରଙ୍କ କଥା ବୋଲି କହିଥିଲେ । ଅନ୍ୟ ପକ୍ଷରେ ତୁରନ୍ତ ଉକ୍ତ ପଦବି ପୂରଣ କରିବା ପାଇଁ ଆନନ୍ଦପୁର ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close