କରୋନା ପାଇଁ ସହାୟତା
ଯାଜପୁର, ୮ା୯ : ପ୍ରାଥମିକ ଶିକ୍ଷକ ସଂଘ, ଧର୍ମଶାଳା ବ୍ଲକ ପକ୍ଷରୁ କରୋନାର ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୦୧ ଲକ୍ଷ ୩୭ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ସଭାପତି ବିଜୟ କୁମାର ନାୟକ, ଧର୍ମାଶାଳା ବ୍ଲକ୍ର ସଭାପତି ଅକ୍ଷୟ କୁମାର ମଲ୍ଲ, ଉପସଭାପତି ନଳିନୀକାନ୍ତ ମହାରଣା ଏବଂ ସଂପାଦକ ଭଜନାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହନୀୟ ସହାୟତା ପାଇଁ ଜିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
Live Share Market