ଆନନ୍ଦପୁର ବିଧାୟକଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା

ଆନନ୍ଦପୁର,୦୫/୦୯: ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ କରୋନା ସଂକ୍ରମିତ ହୋଇଥିବା କଥା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ଏହାଛଡ଼ା ଯେଉଁମାନେ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନେବାକୁ ସେ ନିବେଦନ କରିଛନ୍ତି । ପ୍ରକାଶଥାଉକି, ଶ୍ରୀ ସେଠୀ ବନ୍ୟା ସମୟରେ ବିଭିନ୍ନ ଅଂଚଳ ଗ୍ରସ୍ତ କରି ବନ୍ୟା କ୍ଳିଷ୍ଟମାନଙ୍କ ସମସ୍ୟା ବୁଝୁଥିଲେ । କରୋନା ସଂକ୍ରମଣକୁ ରୋକିବା ପାଇଁ ସେ ଜଣେ ଆଗ ଧାଡ଼ିର ଯୋଦ୍ଧା ଭାବେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଅଂଚଳକୁ ଗ୍ରସ୍ତ କରି ସ୍ଥିତିର ତଦାରଖ କରିବା ସହ ଲୋକମାନଙ୍କ ସୁବିଧା ଅସୁବିଧା ମଧ୍ୟ ବୁଝୁଥିଲେ । ସେ ଥଣ୍ଡାରେ ପୀଡ଼ିତ ହେବାରୁ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲା ଓ ଆଜି ଶନିବାର ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ସେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଗୃହ ସଂଗରୋଧରେ ରହିଥିବାର ଜଣାଯାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close